(୧) କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ?… ପଦକୁ ନେଇ ଆଜି ବସିବ ବୈଠକ… ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବାସଭବନରେ ହେବ ଆଲୋଚନା… ବୈଠକରେ ଉପସ୍ଥିତ ରହିବାକୁ ସମସ୍ତ ବିଧାୟକଙ୍କୁ ନିର୍ଦେଶ… କଂଗ୍ରେସ ସଭାପତି ପଦ ପାଇଁ ନାମାଙ୍କନ ପୂର୍ବରୁ ଇସ୍ତଫା ଦେଇପାରନ୍ତି ଗେହଲଟ…
(୨) କାହିଁକି ଆତ୍ମହତ୍ୟା କଲେ ଗୋପ ବ୍ଲକ ଜିଲ୍ଲା ପରିଷଦ ସଦସ୍ୟ ?… ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଛି ପୁଲିସ… ମୋବାଇଲ ଖୋଲିବ ଗୁମର… ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ପୋଷ୍ଟକୁ ନେଇ ଚର୍ଚ୍ଚା… ମୋ ଦୁଇଟି ଫୋନରେ ସବୁ ଭିଡିଓ ରହିଛି ବୋଲି ଲେଖିଥିଲେ ଧର୍ମେନ୍ଦ୍ର…
ବୁଦ୍ଧି ଥିଲେ ଭାତ ମିଳେ; ଦେଖନ୍ତୁ ଏହି ସୁନ୍ଦର ଭିଡିଓ
(୩) ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସକୁ ନେଇ ପ୍ରତିକ୍ରିୟା ରଖିଲେ କେନ୍ଦ୍ର ଅର୍ଥମନ୍ତ୍ରୀ… କହିଲେ, ରୁଷ ୟୁକ୍ରେନ୍ ଯୁଦ୍ଧ ଯୋଗୁ ସାରା ବିଶ୍ୱ ଅର୍ଥନୀତି ଉପରେ ପଡ଼ିଛି ପ୍ରଭାବ… ଅନ୍ୟ ମୁଦ୍ରା ଅପେକ୍ଷା ହ୍ରାସ ପାଇଛି ଟଙ୍କାର ମୂଲ୍ୟ…
(୪) ଆତଙ୍କବାଦକୁ ନେଇ ପୁଣି ଗର୍ଜିଲା ଭାରତ… ଜାତିସଂଘ ସାଧାରଣ ଅଧିବେଶନରେ ଉଦବୋଧନ ଦେଲେ ବୈଦେଶିକ ବ୍ୟାପାରମନ୍ତ୍ରୀ… କହିଲେ, ଆତଙ୍କବାଦକୁ ସମର୍ଥନ କରୁଥିବା ଦେଶ ମାନଙ୍କ ବିରୋଧରେ ନିଆଯାଉ କଠୋର କାର୍ଯ୍ୟାନୁଷ୍ଠାନ… ଶାନ୍ତି ବଜାୟ ରଖିବାକୁ କଲେ ଅପିଲ…
(୫) ଆଜି ଆସିବ ଭୁବନେଶ୍ୱର କ୍ଲବର ସଭାପତି ନିର୍ବାଚନ ଫଳାଫଳ… ଗତକାଲି ହୋଇଥିଲା ଭୋଟ୍… ଅସିତ୍ ତ୍ରିପାଠୀ ଓ ସତ୍ୟପ୍ରକାଶ ନନ୍ଦଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା କଡ଼ା ଟକ୍କର…. କିଏ ହେବେ ରାଜ୍ୟର ସବୁଠୁ ପ୍ରଭାବଶାଳୀ କ୍ଲବର ସଭାପତି ? ତାକୁ ନେଇ ରହିଛି ସମସ୍ତଙ୍କ ନଜର..



