www.samajalive.in
Saturday, December 6, 2025
15.1 C
Bhubaneswar

କେବେ ଦେଖିଛନ୍ତି ୮ କିଲୋର ‘ବାହୁବଳୀ ସିଙ୍ଗଡ଼ା’; ଖାଇଲେ ମିଳିବ ୫୧ ହଜାର !

ଲକ୍ଷ୍ନୌ: ଯଦି ଆପଣ ସିଙ୍ଗଡ଼ା ପ୍ରେମୀ, ତାହେଲେ ଏହି ଖବର ଆପଣଙ୍କ ପାଇଁ। ସାମାଜିକ ଗଣମାଧ୍ୟମରେ ସାଧାରଣତଃ ଖାଦ୍ୟ ତଥା ଜଳଖିଆ ଉପରେ ଅନେକ ପ୍ରକାର ରୋଚକ ଭିଡିଓ ପ୍ରତ୍ୟେକ ଦିନ ଦେଖିବାକୁ ମିଳିଥାଏ, କିନ୍ତୁ ଆଜି ଆମେ ଆପଣଙ୍କ ପାଇଁ ଏପରି ଏକ ସିଙ୍ଗଡ଼ା ନେଇ ଆସିଛୁ, ଯାହା ନିଜ ସ୍ବାଦରେ ଆପଣଙ୍କ ମନ ମୋହିବା ସହ ଆପଣଙ୍କୁ ମାଲାମାଲ୍‌ ମଧ୍ୟ କରିପାରେ। ହର୍ଷ ଗୋୟନକା ନାମକ ଜଣେ ବ୍ୟବସାୟୀ ଟ୍ବିଟରେ ଏହି ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ୮ କିଲୋ ଓଜନର ଏକ ସିଙ୍ଗଡ଼ା ଦେଖିବାକୁ ମିଳିଛି।


ନିକଟରେ ମେରଠରୁ ଏକ ଭିଡିଓ ଭାଇରାଲ ହୋଇଛି, ଯେଉଁଥିରେ ଜଣେ ଖାଦ୍ୟ ବିକ୍ରେତାଙ୍କ ଦ୍ବାରା ତିଆରି ସିଙ୍ଗଡ଼ା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଯଦିଓ ସାମ୍ନାକୁ ଆସିଥିବା ଏହି ଭିଡିଓ ପୁରୁଣା, କିନ୍ତୁ ପୁଣି ଥରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ସାମାଜିକ ଗଣମାଧ୍ୟମରେ ଏହି ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଯେ, ଏହା କିପରି ତିଆରି ହୋଇଛି। ସେହିପରି କିଛି ଲୋକ ଏହାର ଦାମ୍‌ ଜାଣିବାକୁ ଚାହିଁଛନ୍ତି।

- Advertisement -

ଏଠାରେ ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶର ମେରଠ ସ୍ଥିତ ଏକ ମିଠା ଦୋକାନରେ ଏହି ସିଙ୍ଗଡ଼ା ପ୍ରଥମ ଥର ପାଇଁ ଜୁଲାଇ ମାସରେ ତିଆରି କରାଯାଇଥିଲା ଓ ଏହାପରେ ଏହାର ଚାହିଦା ବଢିବାକୁ ଲାଗିଲା। ଏହି ‘ବାହୁବଳୀ ସମୋସା’ ଆଠ କିଲୋ ବୋଲି କୁହାଯାଉଛି, ଯେଉଁଥିରେ ଆଳୁ ଏବଂ ପନିର ଭରପୁର ହୋଇ ରହିଛି। କୁହାଯାଉଛି ଯେ, ଏହି ସିଙ୍ଗଡ଼ାର ଦାମ୍‌ ୧୧୦୦ ଟଙ୍କା। ଅପରପକ୍ଷେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ଏହି ସିଙ୍ଗଡ଼ାକୁ ସମ୍ପୂର୍ଣ୍ଣ ଖାଇବା ଦ୍ବାରା ୫୧ ହଜାର ଟଙ୍କାର ନଗଦ ପୁରସ୍କାର ରାଶି ମଧ୍ୟ ମିଳିପାରେ। ସାମାଜିକ ଗଣମାଧ୍ୟମରେ ଏହି ସିଙ୍ଗଡ଼ାର ଭିଡିଓ ପୁଣି ଥ​‌ରେ ପବନ ପରି ବ୍ୟାପିବାରେ ଲାଗିଛି।

ଭିଡିଓ ଶେୟାର କରି ହର୍ଷ ଗୋୟନକା କ୍ୟାପ୍ସନରେ ଲେଖିଛନ୍ତି, ‘ଏଥର ଦୀପାବଳିରେ ମୋ ପତ୍ନୀ ସବୁ ମିଠା ପରେ ମୋର ଖାଇବା ପାଇଁ କେବଳ ଗୋଟିଏ ସିଙ୍ଗଡ଼ା ମଗାଇଛନ୍ତି।’

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories