www.samajalive.in
Saturday, December 6, 2025
16.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ପିନ୍ଧିଲେ ଖଦଡ଼ ବସ୍ତ୍ର

 ଗୋପାଳପୁର – ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ସପ୍ତାହ ର ପ୍ରତି ଶୁକ୍ରବାର ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ମାନେ ଖାଦିରେ ପ୍ରସ୍ତୁତ କପଡା ପିନ୍ଧିବା ନିମନ୍ତେ  କୁଳସଚିବ ସଚିତାନନ୍ଦ ନାୟକ ଗତ ୮ ତାରିଖରେ ଚିଠି ନମ୍ବର ୧୦୩୫ ପ୍ରକାରେ ଏକ ନିର୍ଦେଶନାମା ଜାରି କରିଥିଲେ।ଏହି କ୍ରମରେ  ଆଜି  ଶୁକ୍ରବାରରେ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନେ ଖଦଡ଼ ବସ୍ତ୍ର ପରିବର୍ତ୍ତେ  ହସ୍ତତନ୍ତ ବୁଣା ପୋଷାକ ପରିଧାନ କରି ଆସିଥିବା ଦେଖିବାକୁ ମିଳିଥିଲା l ଆଉ କେତେକ ଅମାନିଆ ଆଦେଶକୁ ନ ମାନି ସାଦାସିଧା ପୋଷାକ ପରିଧାନ କରିଥିଲେ ।ଆଜି ଆଦେଶ କୁ କାର୍ଯକାରୀ ହେଉଥିବା ନେଇ ପୃଥକ ପୃଥକ ସ୍ଥାନ ପ୍ରଶାସନିକ ଭବନ କୋଠା ଓ ପିଜି କାଉନସିଲ ଅଫିସ ସମ୍ମୁଖରେ ଅଣଶିକ୍ଷକ କର୍ମଚାରୀ ଓ ଅଧ୍ୟାପକ, ଅଧ୍ୟାପିକା ମାନେ ଏକତ୍ରିତ ଫୋଟ ଉଠାଇଥିଲେ। ଏ ନେଇ ଦାୟିତ୍ୱରେ ଥିବା ଭାରପ୍ରାପ୍ତ କୁଳପତି ତଥା ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ସହ ଯୋଗାଯୋଗ ବେଳେ ବିଶ୍ଵବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଏହି ଭଳି ପଦକ୍ଷେପକୁ ସ୍ୱାଗତ କରିବା ସହ ଖଦଡ଼ ବସ୍ତ୍ର ପରିଧାନ କଲେ ଦେହ ଥଣ୍ଡା ରହିବା ସହ ବୁଣାକାର ମାନେ ତାଙ୍କ ଜୀବିକା ପାଇପାରିବେ ବୋଲି ମତପୋଷଣ କରିଥିଲେ l
କୁଳସଚିବ ସଚିଦାନନ୍ଦ ନାୟକ ଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି ଯେ ଖଦଡ଼ ପିନ୍ଧିବା ଦ୍ୱାରା ପୁରୁଣା ସ୍ମୃତି ମନେ ପଡୁଛି,ଖଦଡ଼ ଚାହିଦା ଦିନକୁ ଦିନ କମିବାରେ ଲାଗିଛି,ଏହି ଆଦେଶ ଫଳରେ ବିଶ୍ଵବିଦ୍ୟାଳୟ ର ସମସ୍ତେ ଖଦି କପଡା ବ୍ୟବହାର କରିବା ଫଳରେ ଖଦଡ଼ ବସ୍ତ୍ରର ଚାହିଦା ବଢ଼ିପାରିବ ଏବଂ ସମସ୍ତ ଙ୍କ ମନରେ ଜାତୀୟତା ଚିନ୍ତାଧାରା ଆସିବ। ଆଗାମୀ ଦିନରେ ଏହାକୁ ପ୍ରତ୍ୟେକ ଦିନ ବ୍ୟବହାର କରିବା ଏବଂ ବିଦ୍ୟାର୍ଥୀ ମାନଙ୍କୁ ମଧ୍ୟ ପରିଧାନ କରିବା ପାଇଁ ପରାମର୍ଶ ଦେବେ ବୋଲି କହିଥିଲେ l ଅଣ ଶିକ୍ଷକ କର୍ମଚାରୀ ସଂଘ ସଭାପତି ଦୁର୍ଗା ଚରଣ ହୋତା କହିଛନ୍ତି ଯେ ଏହି ଭଳି ପଦକ୍ଷେପକୁ ସ୍ୱାଗତ କରିବା ସହ କର୍ମଚାରୀଙ୍କ ଆର୍ଥିକ ସ୍ୱଚ୍ଛଳ ନଥିବା ହେତୁ ଭଲ ଖଦଡ଼ ପରିଧାନ କରିବା ଅସମ୍ଭବ, ତେଣୁ ବିନା ସୁଧରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ରୁଣ ଦେଲେ ପ୍ରତ୍ୟେକ ସପ୍ତାହ ବଦଳରେ ପ୍ରତ୍ୟେକ ଦିନ ସମସ୍ତେ ଖଦି କପଡା ପରିଧାନ କରିବେ ବୋଲି କହିଛନ୍ତି l ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କର୍ମଚାରୀ ସଂଘର ସଭାପତି ଉପେନ୍ଦ୍ର ପାଳ କହିଛନ୍ତି ଖଦଡ଼ ପିନ୍ଧିବା ଦ୍ୱାରା ଶାରୀରିକ ଓ ମାନସିକ ଏବଂ ଏକତା ପ୍ରତି ଜାଗ୍ରତ ସୃଷ୍ଟି କରିବ, ତାହାସହ ଗାନ୍ଧିଜୀଙ୍କ ଆଦର୍ଶ ଅନୁପ୍ରାଣିତ ହେବେ ବୋଲି କହିଛନ୍ତି l ଶିକ୍ଷକ ସଂଘର ସଭାପତି ପ୍ରଫେସର ସୁଧାକର ପାତ୍ର କହିଛନ୍ତି ଖଦଡ଼ ପିନ୍ଧିବା ଦ୍ୱାରା ଜାତୀୟତା ବାଦ ସୃଷ୍ଟି କରିବା ସହ ଖଦଡ଼ ବ୍ୟବହାର ପ୍ରଚାର ପ୍ରସାର ହେବ, ସେଥି ପ୍ରତି ଦୃଷ୍ଟି ଦେବାକୁ ହେବ ବୋଲି କହିଥିଲେ l

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories