ୟୁକୋ ବ୍ୟାଙ୍କର ୮୨ ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର: ୟୁକୋ ବ୍ୟାଙ୍କର ୮୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ୱାକାଥନ୍‌, ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ପ୍ରତିଷ୍ଠା ଦିବସ ଉପଲକ୍ଷେ ବ୍ୟାଙ୍କର ଅବସରପ୍ରାପ୍ତ
ମହାପ୍ରବନ୍ଧକ, ଉପ-ମହାପ୍ରବନ୍ଧକ, ସହାୟକ ମହାପ୍ରବନ୍ଧକ ତଥା ଅନ୍ୟାନ୍ୟ ଅଧିକାରୀମାନଙ୍କୁ ସ୍ମୃତିଚିହ୍ନ ଏବଂ ପୁଷ୍ପଗୁଚ୍ଛ ଆଦି ପ୍ରଦାନ କରାଯାଇଥିଲା ।

ଆଞ୍ଚଳିକ ମୁଖ୍ୟଙ୍କ ଅଧ୍ୟକ୍ଷତାରେ ବ୍ୟାଙ୍କର କଟକସ୍ଥିତ ଆର୍‌ସେଟିରେ ମଧ୍ୟ ଏହି ସମାନ ଧରଣର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ
ବ୍ୟାଙ୍କର ମହାପ୍ରବନ୍ଧକ ତଥା ଏସ୍‌ଏଲ୍‌ବିସି ଆବାହକ ଗୌତମ ପାତ୍ର, ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ତଥା ଉପ-ମହାପ୍ରବନ୍ଧକ ଚିନ୍ମୟ କୁମାର ସାହୁ, ଭୁବନେଶ୍ୱର ଅଞ୍ଚଳର ସହାୟକ ମହାପ୍ରବନ୍ଧକ ତଥା ଉପ-ଆଞ୍ଚଳିକ ମୁଖ୍ୟ ଆଶିଷ କୁମାର ବିଶ୍ୱାଳ, ଅବସରପ୍ରାପ୍ତ ମହାପ୍ରବନ୍ଧକ ତଥା ଅନ୍ୟାନ୍ୟ
ବରିଷ୍ଠ ଅଧିକାରୀଗଣ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.