କଟକରୁ ଆନ୍ଧ୍ରପ୍ରଦେଶକୁ ବାଲି ଚୋରା ଚାଲାଣ ବେଳେ ଗଞ୍ଜାମ ତହସିଲ ପକ୍ଷରୁ ଚଢ଼ାଉ, ୮ ଗାଡ଼ି ଜବତ 

ଛତ୍ରପୁର: ଗଞ୍ଜାମ ଜିଲାର ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ଆନ୍ଧ୍ରପ୍ରଦେଶକୁ ବାଲି ଚାଲାଣ ହେଉଥିବା ନେଇ ବହୁବାର ଜିଲାପ୍ରଶାସନ ଗାଡିଗୁଡିକ ଧରିବା ପରେ ବାଲି ମାଫିଆଙ୍କର ଏବେ କଟକ ଜିଲା ଉପରେ ନଜର ପଡିଛି। ଗତକାଲି ବିଳମ୍ବିତ ରାତ୍ରରେ କଟକ ମହାନଦୀରୁ ୮ଟି ଟ୍ରକ ଯୋଗେ ଆନ୍ଧ୍ରକୁ ବାଲି ଚାଲାଣ ହେଉଥିବା ବେଳେ ଗଞ୍ଜାମ ଜାତୀୟ ରାଜପଥରେ ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ ଚଢାଉ କରି ୮ଟି ବାଲି ଗାଡି ଧରିଥିଲେ । ଏହି ଗାଡିର କାଗଜପତ୍ର ଠିକ ନ ଥିବା ସହ ୭ଟି ଆନ୍ଧ୍ରର ଗାଡି ଓ ଗୋଟିଏ ଓଡିଶା ଗାଡି ରହିଛି । ଜବତ ଆଠ ଗାଡି ଗଞ୍ଜାମ ଥାନାରେ ଜିମା ରହିଛି । କିଛି ମାସ ତଳେ ଗଞ୍ଜାମର ଋୁଷିକୁଲ୍ୟା ନଦୀ ଘାଟରୁ ରାତ୍ର ସମୟରେ ବହୁବାର ବେନିୟମ ଭାବେ ବାଲି ଆନ୍ଧ୍ର ଯାଉଥିବା ବେଳେ ଜିଲାପ୍ରଶାସନ ଓ ପୁଲିସ ଧରିବାରେ ସଫଳ ହୋଇଥିଲା । ଏପରିକି ନିଜେ ଗଞ୍ଜାମ ଜିଲାପାଳ ମଧ୍ୟ ରାତ୍ର ସମୟରେ ଚଢାଉ କରି ବହୁ ଗାଡି ଜବତ କରାଯିବାର ନଜିର ରହିଛି । ବାଲି ମାଫିଆମାନେ କିଛି ଦିନ ନିରବତା ପରେ ଏବେ କଟକ ଜିଲା ଉପରେ ନଜର ପକାଇଛନ୍ତି । କିନ୍ତୁ ଏଯାବତ ଏହି ବାଲି ମାଫିଆର ମୁଖ୍ୟ କିଏ ଟେର ପାଉନି ପୁଲିସ କିମ୍ବା ଜିଲା ପ୍ରଶାସନ।

kalyan agarbati

Comments are closed.