www.samajalive.in
Monday, December 8, 2025
14.1 C
Bhubaneswar

ପଶ୍ଚିମ ଓଡିଶାର ୮ଟି ମନ୍ଦିରରେ ହେବ ଉନ୍ନତିମୂଳକ କାର୍ଯ୍ୟ ପାଇଁ ସର୍ଭେ

ସମ୍ବଲପୁର :ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ଓ ପାଟଣେଶ୍ୱରୀ ମନ୍ଦିର ସହିତ ପଶ୍ଚିମ ଓଡିଶାର ୮ଟି ପ୍ରମୁଖ ପୀଠ ଓ ମନ୍ଦିର ମାନଙ୍କରେ ବିଭିନ୍ନ ଉନ୍ନତିମୁଳକ କାର୍ଯ୍ୟ କରାଯିବ। ଏଥିପାଇଁ ସରକାରୀ ତୈଳ କମ୍ପାନୀ ଇଣ୍ଡିଆନ ଅୟଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) ପକ୍ଷରୁ ଏକ ସର୍ଭେ କାର୍ଯ୍ୟ ପଶ୍ଚିମ ଓଡିଶାର ବିଭିନ୍ନ ମନ୍ଦିରକୁ ପରିଦର୍ଶନ କରାଯାଇ ଆରମ୍ଭ କରାଯାଇଛି। ଏହି କ୍ରମରେ ଶୁକ୍ରବାର ଦିନ ତୈଳ କମ୍ପାନୀ ଆଇଓସିଏଲ କର୍ପୋରେଟ ସାମାଜିକ ଦାୟିତ୍ୱ ପାଣ୍ଠିର ଓଡିଶା ରାଜ୍ୟ ମୁଖ୍ୟ ସଂଯୋଜକ ଶ୍ରୀ ପ୍ରସନ୍ନଜିତ ବଡପୁଜାରୀ ସମ୍ବଲପୁର ପରିଦର୍ଶନ କରିଛନ୍ତି। ଶ୍ରୀ ବଡପୁଜାରୀ ମାଁ ସମଲେଶ୍ୱରୀ ଓ ପାଟଣେଶ୍ୱରୀ ମନ୍ଦିର ପରିଦର୍ଶନ କରି ଟ୍ରଷ୍ଟ ବୋର୍ଡ ସଦସ୍ୟ ମାନଙ୍କ ସହିତ ମନ୍ଦିର ମାନଙ୍କର ସୁବିଧା ଅସୁବିଧା ବୁଝିବା ସହିତ ମନ୍ଦିର ଗୁଡିକର ଫଟୋ ନେଇଥିଲେ। କିପରି ଭାବରେ ମନ୍ଦିର ଗୁଡିକର ଉତ୍ତମ ରକ୍ଷଣାବେକ୍ଷଣ, ସୌନ୍ଦର୍ଯ୍ୟୀକରଣ କରାଯିବା ସହିତ ଭକ୍ତ ମାନଙ୍କ ପାଇଁ ସୁବିଧାର ବ୍ୟବସ୍ଥା କରାଯିବ ଏଥିପାଇଁ ଟ୍ରଷ୍ଟ ବୋର୍ଡ ମାନଙ୍କ ସଦସ୍ୟ ସହିତ ବିସ୍ତୃତ ଆଲୋଚନା କରିଥିଲେ। ମନ୍ଦିର ଗୁଡିକର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏକ ପ୍ରସ୍ତାବ ଦେବା ପାଇଁ ଅଧିକାରୀ ଶ୍ରୀ ବଡପୁଜାରୀ ଟ୍ରଷ୍ଟ ମାନଙ୍କୁ କହିଛନ୍ତି। ଏହାପରେ ମନ୍ଦିର ମାନଙ୍କର ଉନ୍ନତିକରଣ କାର୍ଯ୍ୟ ପାଇଁ ଆବଶ୍ୟକୀୟ ପାଣ୍ଠି ଯୋଗାଇ ଦିଆଯିବ।

ଆଇଓସିଏଲ ଅଧିକାରୀ ଶ୍ରୀ ବଡପୁଜାରୀଙ୍କ ମାଁ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ ସମୟରେ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡ ସଦସ୍ୟ ଦେବ କୁମାର ଆଜମେରିଆଙ୍କ ସହିତ ପଞ୍ଚାନନ ତ୍ରିପାଠୀ, ପବିତ୍ର କୁମାର ଦେଓ, ସୁବ୍ରତ କୁମାର ପଣ୍ଡା, ରାମଦାସ ପଣ୍ଡା, ସରୋଜ ଦଲପତ, ସରୋଜ ସାହୁ, ସୁଶାନ୍ତ ପୁରୋହିତ ପ୍ରମୁଖ ଉପସ୍ଥିତ ରହିଥିଲେ। ସେହିଭଳି ମାଁ ପାଟଣେଶ୍ୱରୀ ମନ୍ଦିର ପରିଦର୍ଶନ ସମୟରେ ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ସରୋଜ କୁମାର ଦାଶ, ପୁର୍ବତନ ସଦସ୍ୟ ପ୍ରଦୀପ କୁମାର ମିଶ୍ର, ସୁଧିର ପୁଜାରୀ, ଟୁନା, ମୁକେଶ ଜରିୱାଲ ଓ ସ୍ଥାନୀୟ ଯୁବକ ମାନେ ଉପସ୍ଥିତ ଥିଲେ। ସୁଚନାଯୋଗ୍ୟ ଯେ, ପଶ୍ଚିମ ଓଡିଶାର ସମ୍ବଲପୁରର ମାଁ ସମଲେଶ୍ୱରୀ, ପାଟଣେଶ୍ୱରୀ, ପାଇକମାଲର ନୃସିଂହନାଥ, ପାଟଣାଗଡର ମାଁ ପାଟଣେଶ୍ୱରୀ ସହିତ ୮ଟି ମନ୍ଦିର ମାନଙ୍କୁ ପରିଦର୍ଶନ ପରେ ଏ ସର୍ମ୍ପକରେ ଆଇଓସିଏଲ ଅଧିକାରୀ ଶ୍ରୀ ପ୍ରସନ୍ନଜିତ ବଡପୁଜାରୀ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ରିପୋର୍ଟ ଦେବେ ବୋଲି ସୁଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories