www.samajalive.in
Friday, December 5, 2025
20.1 C
Bhubaneswar

ଭାରତ-ମରିସସ୍ ୮ ବୁଝାମଣା ସ୍ବାକ୍ଷର

ପୋର୍ଟ ଲୁଇ: ଭାରତ ଓ ମରିସସ୍‌ ସମ୍ପର୍କକୁ ନିବିଡ କରିବା ଲାଗି ଦୁଇ ଦେଶ ମଧ୍ୟରେ ୮ଟି ବୁଝାମଣା ସ୍ବାକ୍ଷର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମରିସସ୍‌ ଗସ୍ତ ଅବସରରେ ବୁଧବାର ଦୁଇଦେଶ ମଧ୍ୟରେ ବାଣିଜ୍ୟ ଓ ସାମୁଦ୍ରିକ ସୁରକ୍ଷା ସମ୍ପର୍କିତ ଦ୍ବିପାକ୍ଷିକ ବୁଝାମଣା ସ୍ବାକ୍ଷର ହୋଇଛି। ବୁଝାମଣା ଅନୁଯାୟୀ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ଲାଗି ନିଜ ନିଜର ଜାତୀୟ ମୁଦ୍ରାକୁ ବ୍ୟବହାର କରିବେ। ଏଥିପାଇଁ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ମରିସସ୍‌ ଓ ରିଜର୍ଭ ବ୍ୟାଙ୍କ ଇଣ୍ଡିଆ ମଧ୍ୟରେ ବୁଝାମଣା ସ୍ବାକ୍ଷର ହୋଇଛି। ଏହା ସହିତ ଦୁଇ ଦେଶ ପରସ୍ପରର ସାମୁଦ୍ରିକ ସୂଚନା ଆଦାନ ପ୍ରଦାନ କରିବେ। ଅର୍ଥ ଫେରଫେର ଭଳି ଅପରାଧକୁ ମିଳିତ ଭାବେ ଦମନ କରିବେ। ଏମଏସ୍‌ଏମଇ କ୍ଷେତ୍ରରେ ପରସ୍ପରର ସହଯୋଗ କରିବେ। ଭାରତର ନୌସେନା ଓ ମରିସସ୍‌ ପୁଲିସ ବାହିନୀ, ଫାଇନାନ୍ସିଆଲ କମିସନ ଅଫ୍ ମରିସସ୍ ଓ ଭାରତର ପ୍ରବର୍ତ୍ତନ ନିର୍ଦେଶାଳୟ ଆଦି ଦୁଇ ଦେଶର ବିଭିନ୍ନ ବିଭାଗ ମଧ୍ୟରେ ୮ଟି ବୁଝାମଣା ସ୍ବାକ୍ଷର ହୋଇଛି।
ମରିସସ୍ ପ୍ରତିପକ୍ଷ ନବୀନଚନ୍ଦ୍ର ରାମଗୁଲାମଙ୍କ ସହ କଥାବାର୍ତ୍ତା କାଳରେ ମୋଦୀ ଭାରତର ଗ୍ଲୋବାଲ ସାଉଥ ଭିଜନ ସମ୍ପର୍କରେ କହିଥିଲେ। ଏହି ଗ୍ଲୋବାଲ ସାଉଥକୁ ମହାସାଗର ଭାବେ ନାମକରଣ କରାଯାଇଛି। ଏହି ଭିଜନ ଜରିଆରେ ସମସ୍ତ ଅଞ୍ଚଳରେ ସୁରକ୍ଷା ଓ ବିକାଶକୁ ଗୁରୁତ୍ବ ଦିଆଯାଉଛି। ମୋଦୀ କହିଥିଲେ ଯେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)କୁ ମାନବଜାତିର ବିକାଶ ଦିଗରେ ଉପଯୋଗ କରିବେ। ମରିସସ୍‌ର ନୂଆ ପାର୍ଲାମେଣ୍ଟ ଭବନ ନିର୍ମାଣରେ ଭାରତ ସହଯୋଗ କରିବ। ମରିସସ୍‌ର ଉପକୂଳ ସୁରକ୍ଷା ଦିଗରେ ଭାରତ ସର୍ବଦା ସହଯୋଗ କରିବ। ମୋଦୀ ଓ ରାମଗୁଲାମ ବୁଧବାର ମରିସସର ରେଡୁଇଟ୍ ଠାରେ ଅଟଳ ବିହାରୀ ବାଜପେୟୀ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ସର୍ଭିସ୍ ଆଣ୍ଡ ଇନୋଭେସନକୁ ମିଳିତ ଭାବେ ଉଦ୍‌ଘାଟନ କରିଥିଲେ। ଭାରତ-ମରିସସ୍ ବିକାଶ ଭାଗିଦାରୀ ଅଧୀନରେ କାର୍ଯ୍ୟକାରୀ ହୋଇଥିବା ଏହି ଐତିହାସିକ ପ୍ରକଳ୍ପ ମରିସସରେ ଦକ୍ଷତା ବିକାଶ ପାଇଁ ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି। ୨୦୧୭ର ଏକ ବୁଝାମଣାପତ୍ର ଅଧୀନରେ ୪.୭୪ ନିୟୁତ ଡଲାର ଅନୁଦାନ ଏହାକୁ ନିର୍ମାଣ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଇଟିଇସି ଏବଂ ଭାରତ ସରକାରଙ୍କ ସ୍କଲାରସିପ୍ ଲାଭ କରିଥିବା ପୂର୍ବତନ ଛାତ୍ରଛାତ୍ରୀଙ୍କ ସହ ମଧ୍ୟ ଆଲୋଚନା କରିଥିଲେ, ଯେଉଁମାନେ ପୂର୍ବରୁ ଭାରତରେ ପ୍ରଶିକ୍ଷଣ ଏବଂ ଶିକ୍ଷା ଲାଭ କରିଛନ୍ତି। ଏହି ଦକ୍ଷତା ବୃଦ୍ଧି ଦୁଇ ଦେଶ ମଧ୍ୟରେ ଲୋକଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ସୁଦୃଢ଼ କରିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories