www.samajalive.in
Wednesday, November 19, 2025
29.1 C
Bhubaneswar

ପଥଚାରୀଙ୍କ ଉପରେ ଚଢ଼ିଗଲା ମର୍ସିଡିଜ, ୪ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତରାଖଣ୍ଡର ଡେରାଡୁନ ଅନ୍ତର୍ଗତ ରାଜପୁର ରୋଡର ସାଇ ମନ୍ଦିର ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ମର୍ସିଡିଜ କାର ପଥଚାରୀଙ୍କ ଉପରେ ଚଢ଼ିଯିବାରୁ ୪ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହା ସହିତ ଗାଡ଼ିଟି ଏକ ସ୍କୁଟିକୁ ଧକ୍କା ଦେବା ଫଳରେ ୨ ଜଣ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ଚାଳକ ମର୍ସିଡିଜ ସହିତ ଫେରାର ହୋଇଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ପୁଲିସ କାର ସହିତ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ ଚଳାଇଛି।

ସୂଚନା ଅନୁସାରେ, ମସୁରୀ ରାସ୍ତାର ରାଜପୁର ରୋଡ ସାଇମନ୍ଦିର ନିକଟରେ ରାତି ପ୍ରାୟ ୮ଟାରେ ଏହି ଦୁର୍ଘଟଣା ଘଟିଛି। ରାସ୍ତା ଜନଗହଳି ଥିବାବେଳେ ହଠାତ ଏକ ସିଲଭର ରଙ୍ଗର ଦ୍ରୁତଗାମୀ ମର୍ସିଡିଜ ଲୋକମାନଙ୍କୁ ଧକ୍କା ଦେଇ ପଳାଇଥିଲା। ଏପରି କି ଗାଡ଼ିଟି ମୋଟ ୧୧ରୁ ୧୨ଟି ଅନ୍ୟ ଗାଡ଼ିକୁ ଧକ୍କା ଦେଇଥିବା ଜଣାପଡ଼ିଛି।

Hot this week

ରଣଜୀ ଟ୍ରଫି : ଓଡିଶାର ପ୍ରଥମ ବିଜୟ

ଭୁବନେଶ୍ୱର:ରଣଜୀ ଟ୍ରଫିରେ ଚଳିତ ସିଜନରେ ଓଡିଶାର ପ୍ରଥମ ବିଜୟ ହୋଇଛି। ନାଗାଲାଣ୍ଡକୁ...

ଶପଥ ନେବେ ନୀତିଶ : ବଦଳିଲା ସମୟ

ସମାଜ ଲାଇଭ ଡ଼େସ୍କ : ଆସନ୍ତାକାଲି ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ...

ସାପ କାମୁଡା ମୃତ୍ୟୁ ପାଇଁ ୧୦ ଲକ୍ଷ !

ଭୁବନେଶ୍ଵର: ସାପ କାମୁଡା ମୃତ୍ୟୁ ପାଇଁ କ୍ଷତିପୂରଣ ରାଶି ୧୦ ଲକ୍ଷକୁ...

ମାରି​ଦେଲା ଚିପ୍ସ ପ୍ୟାକେଟ୍ ଖେଳନା

ବାଲିଗୁଡ଼ା: ଏମିତି ବି ଆସେ ମୃତ୍ୟୁ। ବାଲିଗୁଡା ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ...

ଶୀତ ଦିନେ ଗୁଡ ଖାଇଲେ ମିଳିବ ଅନେକ ଫାଇଦା

ସମାଜ ଲାଇଭ ଡ଼େସ୍କ : ଶୀତଦିନ ଆସିବା ସହିତ ଗୁଡ଼ ବଜାରରେ...

Related Articles

Popular Categories