www.samajalive.in
Saturday, December 6, 2025
14.1 C
Bhubaneswar

ଗଣତାନ୍ତ୍ରିକ ବ୍ୟବସ୍ଥାରେ ୭୪% ଭାରତୀୟ ସନ୍ତୁଷ୍ଟ: ପିଉ ରିସର୍ଚ୍ଚ ସେଣ୍ଟର ରିପୋର୍ଟ

ନୂଆଦିଲ୍ଲୀ: ଭାରତରେ ପ୍ରଚଳିତ ଗଣତାନ୍ତ୍ରିକ ବ୍ୟବସ୍ଥାରେ ୭୪ ପ୍ରତିଶତ ଲୋକ ସନ୍ତୁଷ୍ଟ ଥିବା ଜଣାପଡିଛି। ଆମେରିକାର ପିଉ ରିସର୍ଚ୍ଚ ସେଣ୍ଟର ତରଫରୁ କରାଯାଇଥିବା ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଏହି ସଂସ୍ଥା ତରଫରୁ ୨୩ଟି ରାଷ୍ଟ୍ରକୁ ନେଇ ସର୍ଭେ କରାଯାଇଛି। ଜାପାନ ଏହି ପ୍ରସଙ୍ଗରେ ସବୁଠାରୁ ପଛରେ ରହିଛି। ଜାପାନର ୨୪ ପ୍ରତିଶତ ନାଗରିକ ସେଠାକାର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ ସନ୍ତୁଷ୍ଟ ଥିବା ଜଣାପଡିଛି। ଉଚ୍ଚ ଆୟକାରୀ ରାଷ୍ଟ୍ରରେ ଗଣତନ୍ତ୍ରକୁ ନେଇ ଲୋକେ ସବୁଠାରୁ ଅଧିକ ଅସନ୍ତୁଷ୍ଟ ରହିଛନ୍ତି। ଏଭଳି ରା​‌ଷ୍ଟ୍ର ମଧ୍ୟରେ ଫ୍ରାନ୍ସ, ଗ୍ରୀସ, ଇଟାଲୀ, ଜାପାନ ଓ ଦକ୍ଷିଣ କୋରିଆ ଅନ୍ୟତମ। ୨୩ଟି ବିକଶିତ ରାଷ୍ଟ୍ରର ହାରାହାରି ୫୮ ପ୍ରତିଶତ ବୟସ୍କ ନାଗରିକ ସେଠାକାର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ୨୦୧୭ରେ ଏଭଳି ଅସନ୍ତୁଷ୍ଟଙ୍କ ସଂଖ୍ୟା ୪୯ ପ୍ରତିଶତ ଥିବାବେଳେ ୨୦୨୫ରେ ଏହା ୫୮ ପ୍ରତିଶତକୁ ବୃଦ୍ଧି ପାଇଛି। କୋଭିଡ୍‌ ପରେ ଏହି ଦେଶଗୁଡିକରେ ଗଣତାନ୍ତ୍ରିକ ବ୍ୟବସ୍ଥା ଉପରୁ ଲୋକଙ୍କ ଆସ୍ଥା କ୍ରମଶଃ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଇଛି। ଗ୍ରୀସର ଗଣତନ୍ତ୍ରକୁ ନେଇ ସବୁଠାରୁ ଅଧିକ ୮୧ ପ୍ରତିଶତ ଲୋକ ଅସନ୍ତୁଷ୍ଟ ରହିଛନ୍ତି। ଏହାପଛକୁ ଜାପାନ (୭୬ ପ୍ରତିଶତ) ଓ ଦକ୍ଷିଣ କୋରିଆ (୭୧ ପ୍ରତିଶତ) ରହିଛନ୍ତି। ତେବେ ଏହି ଦେଶର ନାଗରିକମାନେ ଗଣତନ୍ତ୍ରର ମୂଲ୍ୟବୋଧ ଉପରୁ ଆସ୍ଥା ହରାଇ ନାହାନ୍ତି। ସେମାନେ ଏବେ ମଧ୍ୟ ଗଣତାନ୍ତ୍ରିକ ସରକାର ଗଠନକୁ ଭଲ ବୋଲି ବିବେଚନା କରୁଛନ୍ତି। ତେବେ ସରକାରରେ ସାମିଲ ନେତାମାନେ ଲୋକଙ୍କ ସ୍ବାର୍ଥ ଅପେକ୍ଷା ନିଜ ସ୍ବାର୍ଥକୁ ଅଗ୍ରାଧିକାର ଦେଉଥିବାରୁ ଲୋକେ ବୀତସ୍ପୃହ ହୋଇପଡୁଥିବା ରିପୋର୍ଟରେ ଦର୍ଶାଯାଇଛି। କେତେକ ରାଷ୍ଟ୍ରର ଅର୍ଥନୀତି ଠିକ୍‌ ରାସ୍ତାରେ ଯାଉଥିବାରୁ ଲୋକେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ପସନ୍ଦ କରୁଛନ୍ତି। ଏଭଳି ରାଷ୍ଟ୍ର ମଧ୍ୟରେ କାନାଡା, ଜର୍ମାନୀ, ବ୍ରିଟେନ, ଦକ୍ଷିଣ ଆଫ୍ରିକା ଓ ଆମେରିକା ସାମିଲ ଅଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories