www.samajalive.in
Monday, December 15, 2025
17.1 C
Bhubaneswar

ଆଇପିଏଲ ପାଇଁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କଲା ଓସିଏ

ଭୁବନେଶ୍ବର: ଚଳିତ ବର୍ଷ ଆଇପିଏଲ୍ ପାଇଁ ବିସିସିଆଇକୁ ୬ ଓଡ଼ିଆ ଖେଳାଳିଙ୍କ ନାଁ ସୁପାରିସ କରିଛି ଓସିଏ। ଉକ୍ତ ୬ ଖେଳଳୀ ହେଲେ ରାଜେଶ ଧୂପର, ପପୁ ରାୟ, ଶୁଭ୍ରାଂଶୁ ସେନାପତି, ରାଜେଶ ମହାନ୍ତି, ଗୌରବ ଚୌଧୁରୀ ଓ ତାରିଣୀ ସ। ଏ ନେଇ ଓସିଏ ସିଇଓ ସୁବ୍ରତ ବେହେରା ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଫେବୃଆରୀ ୧୬ରେ ଆଇପିଏଲ୍‌ର ୨୦୨୧ ସଂସ୍କରଣ ଲାଗି ମିନି ନିଲାମ ଅନୁଷ୍ଠିତ ହେବ। ସବୁ ଫ୍ରାଞ୍ଚାଇଜି କେଉଁ ଖେଳାଳିଙ୍କୁ ରଖିବେ; ତା’ର ତାଲିକା ଦେବାର ଅନ୍ତିମ ତାରିଖ ହେଉଛି ଜାନୁଆରୀ ୨୦। ତେବେ କୌଣସି ଆଇପିଏଲ୍‌ ଦଳ ସହ ଚୁକ୍ତି କରି ନ ଥିବା ଖେଳାଳି ଆଇପିଏଲ୍‌ ନିଲାମ ଲାଗି ଅନ୍‌ଲାଇନ୍ ଜରିଆରେ ନାମ ପଞ୍ଜୀକରଣ କରିବାକୁ ବିସିସିଆଇ ନିର୍ଦେଶ ଦେଇଛି। ଏଥିପାଇଁ ଫେବୃଆରୀ ୪ ଶେଷ ତାରିଖ ଥିବା ବେଳେ ଡାକରେ ନିଜ ନାମ ପଠାଇବା ଲାଗି ଶେଷତାରିଖ ଫେବୃଆରୀ ୧୨ ରଖାଯାଇଛି। ତେବେ ସମସ୍ତ ଖେଳାଳି ନିଜ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌ ଜରିଆରେ ଆବେଦନ କରିବାକୁ ହେବ। କୌଣସି ଖେଳାଳିଙ୍କ ଏଜେଣ୍ଟ କିମ୍ବା ମ୍ୟାନେଜରଙ୍କୁ ଏପରି କରିବା ଲାଗି ପ୍ରଶୟ ଦିଆଯିବ ନାହିଁ ବୋଲି ସବୁ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌କୁ ଦେଇଥିବା ଇ-ମେଲ୍‌ ଜରିଆରେ ବିସିସିସିଆଇ ସ୍ପଷ୍ଟ କରିଦେଇଛି।

- Advertisement -

ବିସିସିଆଇ ସ୍ପଷ୍ଟକରିଛି ଯେ ଆଇପିଏଲ୍‌ ନିଲାମ ପଞ୍ଜୀକରଣ ବ୍ୟବସ୍ଥା ଅନ୍ତର୍ଗତ ସମସ୍ତ ରାଜ୍ୟ କ୍ରିକେଟ୍‌ ଆସୋସିଏସନ୍‌ଙ୍କୁ ଏକ ପୃଥକ୍ ଇ-ମେଲ୍‌ରେ ଲଗ୍‌ଇନ୍ ଆଇଡି ଓ ପାସ୍‌ୱାର୍ଡ ପଠାଯିବ। ରାଜ୍ୟ କ୍ରିକେଟ ସଂଘ ଏହାଦ୍ବାରା ଆଇପିଏଲ୍‌ ନିଲାମ ଲାଗି ସେମାନଙ୍କ ଖେଳାଳିଙ୍କ ନାମ ପଞ୍ଜୀକରଣ କରିପାରିବେ। ଖେଳାଳିଙ୍କଠାରୁ ଏହି ଲଗ୍‌ଇନ୍ ଆଇଡି ଓ ପାସ୍‌ୱାର୍ଡ ଗୋପନ ରଖାଯିବ। ଫେବ୍ରୁଆରୀ ୪ ସୁଦ୍ଧା ଏହା ସମାପ୍ତହେବା ପରେ ରାଜ୍ୟ କ୍ରିକେଟ ସଂଘ ଯେଉଁ ଖେଳାଳିଙ୍କ ନାମ ପଠାଇଥିବ; ସେହି ଖେଳାଳିଙ୍କ ପାଖକୁ ଆଉ ଏକ ଇ-ମେଲ୍‌ ଯିବ; ଯେଉଁଥିରେ ଲଗ୍‌ଇନ୍ ଆଇଡି ଓ ପାସ୍‌ୱାର୍ଡ ଥିବ। ଏହାଦ୍ବାରା ଖେଳାଳି ସେମାନଙ୍କ ଆବଶ୍ୟକ ବ୍ୟକ୍ତିଗତ ତଥ୍ୟ ଅପ୍‌ଲୋଡ୍‌ କରିବେ। ପୁଣି ସେମାନେ ଆଇପିଏଲ୍‌ ଖେଳାଳି ନିଲାମ ଚୁକ୍ତି ମାନିବେ। ଯଦି ଖେଳାଳି ସେମାନଙ୍କ ଏଜେଣ୍ଟ କିମ୍ବା ମ୍ୟାନେଜରଙ୍କ ଜରିଆରେ ବିସିସିଆଇ ପାଖରେ ପହଞ୍ଚିବେ; ତେବେ ନିଲାମ ତାଲିକାରୁ ସେମାନଙ୍କ ନାମ ପ୍ରତ୍ୟାହୃତ ହେବ। ଅତିକମ୍‌​ରେ ଗୋଟିଏ ପ୍ରଥମଶ୍ରେଣୀ କିମ୍ବା ଲିଷ୍ଟ ଏ ମ୍ୟାଚ୍ ଖେଳି ନ ଥିଲେ ୧୯ ବର୍ଷରୁ କମ୍ ଆନ୍ତର୍ଜାତିକ ଖେଳାଳି ନାମ ପଞ୍ଜୀକରଣ କରିପାରିବେ ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories