ନୂଆଦିଲ୍ଲୀ: ୬୦୦ ଭାରତୀୟ ଛାତ୍ର ଆମେରିକାରେ ଅନୁପ୍ରବେଶ ଆଇନ ଭାଙ୍ଗି ଥିବା ଅଭିଯୋଗରେ ବନ୍ଦୀ ହୋଇଛନ୍ତି। ଆମେରିକାର ତେଲୁଗୁ ଆସୋସିଏସନ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସେଠାରେ ପାଠ ପଢୁଥିବା ଏହି ଛାତ୍ରଙ୍କ ଦେଶାନ୍ତରୀକରଣ ପତ୍ରରେ ତ୍ରୁଟି ଥିବାରୁ ସେମାନଙ୍କୁ ଇମିଗ୍ରେସନ ଓ କଷ୍ଟମ ଏନଫୋର୍ସମେଣ୍ଟ ଏଜେନ୍ସି ପକ୍ଷରୁ ବନ୍ଦୀ କରାଯାଇଛି।
ଆମେରିକାର ହୋମଲ୍ୟାଣ୍ଡ ବିଭାଗର ସୁରକ୍ଷା କର୍ମୀଙ୍କ ଦ୍ୱାରା ସମଗ୍ର ଆମେରିକାରେ ବସବାସ କରୁଥିବା ତେଲୁଗୁ ଛାତ୍ରଛାତ୍ରୀ ନିର୍ଦ୍ଦିଷ୍ଟ ପ୍ରମାଣ ପତ୍ର ନଥିବା ଅଭିଯୋଗରେ ଚଢାଉ କରିଥିଲା। ଏକ ଜାଲ ବିଶ୍ୱବିଦ୍ୟାଳୟ ଏହି ଛାତ୍ରଛାତ୍ରୀଙ୍କୁ ଜାଲ ପ୍ରମାଣପତ୍ର ପ୍ରଦାନ କରିଥିବା ହୋମଲ୍ୟାଣ୍ଡ ବିଭାଗ ଜାଣିବା ପରେ ଏହି ଚଢାଉ କରାଯାଇଛି। ଆମେରିକାର ଫାର୍ମିଂଟନ ହିଲ୍ସଠାରେ ଥିବା ଏହି ଜାଲ ବିଶ୍ୱବିଦ୍ୟାଳୟ ଦ୍ୱାରା ଏହି ଛାତ୍ରଛାତ୍ରୀମାନେ ଜାଲ ପ୍ରମାଣ ପତ୍ର ପାଇଁ ଆବେଦନ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।
ଆମେରିକା ତେଲୁଗୁ ଆସୋସିଏସନ ସୂଚନା ଅନୁଯାୟୀ ଫେଡରାଲ ଲ ଏନଫୋର୍ସମେଣ୍ଟ ଦ୍ୱାରା ଏଭଳି ଏକ ଜାଲ ବିଛା ଯାଇଥିଲା। ଏହି ଜାଲରେ ୮ଜଣ ଛାତ୍ର ପ୍ରମାଣ ପତ୍ର ପାଇଁ ଆବେଦନ କରି ଫେଡରାଲ ଲ ଏନଫୋର୍ସମେଣ୍ଟ ନଜରକୁ ଆସିଥିଲେ। ଏହି ଛାତ୍ରଛାତ୍ରୀଙ୍କୁ ପଚରାଉଚରା କରିବା ପରେ ୬୦୦ଜଣ ଛାତ୍ରଛାତ୍ରୀଙ୍କୁ ଠାବ କରାଯାଇଛି।
ଆମେରିକା ତେଲୁଗୁ ଆସୋସିଏସନ(ଏଟିଏ) ପକ୍ଷରୁ ଏହି ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଭାରତରୁ ଫୋନ କରୁଛନ୍ତି ସେମାନଙ୍କ ଅଭିଭାବକ। ଏଟିଏର ଏକ କମିଟି ଏହି ଛାତ୍ରଛାତ୍ରୀ ପାଠ ପଢୁଥିବା ବିଶ୍ୱବିଦ୍ୟାଳୟ ସହ ଯୋଗାଯୋଗ ଆରମ୍ଭ କରିଛି। ଜାନୁୟାରୀ ୩୦ରୁ ଏଟିଏ ପକ୍ଷରୁ ୬୦୦ଛାତ୍ରଙ୍କ ୱାରେଣ୍ଟକୁ ନେଇ ସ୍ଥାନୀୟ କୋର୍ଟରେ ଆବେଦନ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏପରିକି ଏଟିଏ ପକ୍ଷରୁ ଭାରତୀୟ ଦୂତାବାସ ସହ ଯୋଗାଯୋଗ ସ୍ଥାପନ ଜାରି ରହିଛି। ଜଣେ ଜାଲ ଦଲାଲଙ୍କ ପ୍ରରୋଚନାରେ ଆସି ୧୦୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଉକ୍ତ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାକୁ ରାଜି ହୋଇଯାଇ ଥିଲେ। ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଏଟିଏ ଓ ଭାରତୀୟ ଦୂତାବାସ ପକ୍ଷରୁ ପଦକ୍ଷେପ ନିଆଯାଉଛି।
୬୦୦ଭାରତୀୟ ଛାତ୍ର ଆମେରିକାରେ ବନ୍ଦୀ
Popular Categories



