www.samajalive.in
Friday, December 5, 2025
27.1 C
Bhubaneswar

ପାଦ ଆଙ୍ଗୁଠିର ଗଠନରୁ ଜାଣନ୍ତୁ ଆପଣଙ୍କ ସ୍ୱଭାବ

ହିନ୍ଦୁ ଧର୍ମରେ ସାମୁଦ୍ରିକ ଶାସ୍ତ୍ରର ଖୁବ ମହତ୍ତ୍ୱ ରହିଛି। ଏହି ଶାସ୍ତ୍ରରେ ଶରୀର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗମାନଙ୍କର ଗଠନ ଅନୁଯାୟୀ ବ୍ୟକ୍ତିର ସ୍ୱଭାବ, ତାହାର ଆର୍ଥିକ ଓ ସାମାଜିକ ସ୍ଥିତିର ବର୍ଣ୍ଣନା କରାଯାଇଛି। ଆପଣ ହୁଏତ ଜାଣି ନଥିବେ ପାଦର ଆଙ୍ଗୁଠିରୁ ବ୍ୟକ୍ତିର ସ୍ୱଭାବ ବିଷୟରେ ବହୁ କିଛି ତଥ୍ୟ ଜାଣିହୁଏ। ଜାଣନ୍ତୁ ପାଦ ଆଙ୍ଗୁଠିରୁ ବ୍ୟକ୍ତି ସ୍ୱଭାବ କିପରି ….
ବହୁ ଲୋକଙ୍କ ପାଦର ଆଙ୍ଗୁଠି ବୁଢା ଆଙ୍ଗୁଠି ଠାରୁ ଅନ୍ୟ ଆଙ୍ଗୁଠି ମାନେ କ୍ରମଶଃ କମି କମି ଆସିଥାଏ। ଏହି ପ୍ରକାରର ବ୍ୟକ୍ତିମାନେ ସର୍ବଦା ଅନ୍ୟ ଉପରେ ପ୍ରଭାବ ବିସ୍ତାର କରିଥାଆନ୍ତି। ନିଜେ ସବୁ କ୍ଷେତ୍ରରେ ସଠିକ ବୋଲି କହିଥାଆନ୍ତି।
ବହୁ ବ୍ୟକ୍ତିଙ୍କର ପାଦ ବୁଢା ଆଙ୍ଗୁଠି ସହ ତା ନିକଟରେ ଅନ୍ୟ ଦୁଇଟି ଆଙ୍ଗୁଠି ସମାନ ହୋଇଥାଏ। ଏପରି ବ୍ୟକ୍ତିମାନେ ଖୁବ ପରିଶ୍ରମୀ ହୋଇଥାଆନ୍ତି। ନିଜର କଠୋର ପରିଶ୍ରମ ଦ୍ୱାରା ଏମାନେ ସଫଳତା ପାଇଥାଆନ୍ତି।
କେତେକ ବ୍ୟକ୍ତିଙ୍କର ବୁଢା ଆଙ୍ଗୁଠି ନିକଟରେ ଥିବା ଅନ୍ୟ ୨ଟି ଆଙ୍ଗୁଠି ବଡ଼ ହୋଇଥାଏ। ଏପରି ବ୍ୟକ୍ତିମାନେ ପ୍ରତ୍ୟେକ କାମକୁ କିଛି ନୂତନ ଢଙ୍ଗରେ କରିବାକୁ ପସନ୍ଦ କରିଥାଆନ୍ତି। ନୂଆ କାର୍ଯ୍ୟ କରିବାକୁ ଆଗ୍ରହୀ ଅଟନ୍ତି।
କିଛି ବ୍ୟକ୍ତିମାନଙ୍କର ବୁଢା ଆଙ୍ଗୁଠି ଅପେକ୍ଷା ଅନ୍ୟ ଗୁଡ଼କି ଅପେକ୍ଷାକୃତ ସାନ ଥାଏ, ସେମାନେ ଖୁବ ଶାନ୍ତ ସ୍ୱଭାବର ଅଟନ୍ତି। ଏପରି ଲୋକଙ୍କୁ କ୍ରୋଧ ମଧ୍ୟ କମ ଆସେ।
କିଛି ବ୍ୟକ୍ତିମାନଙ୍କର ବୁଢା ଆଙ୍ଗୁଠି ନିକଟର ୨ଟି ଆଙ୍ଗୁଠି ସମାନ ଥାଇ ଅନ୍ୟ ଗୁଡ଼କି ଅପେକ୍ଷାକୃତ ସାନ ଥାଏ, ସେମାନେ ବହୁ ସକାରାତ୍ମକ ଢଙ୍ଗରେ କାର୍ଯ୍ୟ କରିବା ସହ ନିଜ କର୍ତ୍ତବ୍ୟ ପ୍ରତି ଦାୟିତ୍ୱବାନ ଅଟନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories