www.samajalive.in
Saturday, December 6, 2025
26.1 C
Bhubaneswar

ଜିଲ୍ଲ ଆଇନ୍‍ ସେବା ପ୍ରାଧିକରଣ ସେବା ଦ୍ୱାରା କିନ୍ନର ମାନଙ୍କ ପାଇଁ ଆଇନ୍‍ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର ..- ଖୋର୍ଦ୍ଧା ଜିଲ୍ଲା ଦୌରା ଜଜଙ୍କ ଅଦାଲତ ପରିସରରେ ଜିଲ୍ଲ ଆଇନ୍‍ ସେବା ପ୍ରାଧିକରଣ ଏବଂ ପ୍ରୟାସ ସିଙ୍ଗିଲ୍‍ ଉଇଣ୍ଡୋ – ସେଂଟର ଫର୍‍ ଆଡ୍‍ଭୋକେସୀ ଏଣ୍ଡ୍‍ ରିସର୍ଚ (ସି.ଏଫ୍‍.ଏ.ଆର୍‍) ର ସହଯୋଗରେ କିନ୍ନର ମାନଙ୍କ ପାଇଁ ଆଇନ୍‍ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଆଇନ୍‍ ସେବା ପ୍ରାଧିକରଣ ଅଧ୍ୟକ୍ଷ  ତଥା  ଜିଲ୍ଲା ଦୈାରାଜଜ୍‍ ବିଚାରପତି ସତ୍ୟନାରାୟଣ ମିଶ୍ର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ।  କିନ୍ନର ମାନଙ୍କର ସୁରକ୍ଷା ଏବଂ ସାମାଜିକ ନିରାପତା ଓ ସ୍ୱତନ୍ତ୍ର ସୁବିଧା ନିମନ୍ତେ ଆଇନ୍‍ ସମ୍ବନ୍ଧରେ ସବିଶେଷସ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନ୍‍ ସେବା ପ୍ରାଧିକରଣର ସମ୍ପାଦକ   ମାନସ ରଞ୍ଜନ ରାୟ ପରିଚାଳନା କରିବା ସହିତ କିନ୍ନର ମାନଙ୍କର ସାମାଜିକ ନିରାପତା ଏବଂ ସେମାନଙ୍କର ଜୀବନ ଚର୍ଯ୍ୟାରେ ଉନ୍ନତି ନିମନ୍ତେ ଆବଶ୍ୟକୀୟ ଆଇନ୍‍ ର ସହାୟତା ସମ୍ପର୍କରେ ବିଭିନ୍ନ ଦିଗରୁ ଆଲୋକପାତ କରିଥିଲେ।

- Advertisement -

ମୂଖ୍ୟ ଅତିଥି ଭାବରେ ମାନ୍ୟବର ସି.ବି.ଆଇ ଜଜ୍‍ ଲୋକନାଥ ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କିନ୍ନର ମାନଙ୍କର ଅଧିକାର ଏବଂ ହକ୍‍ ପାଇଁ ନୂତୁନ ଭାବରେ ଆସିଥିବା ଏବଂ ଆଗକୁ ଆସିବାକୁ ଥିବା ଆଇନ୍‍ ସମ୍ବନ୍ଧରେ ସାରଗର୍ଭକ ଆଲୋଚନା କରି ସମସ୍ତ କିନ୍ନର ସମାଜ ପାଇଁ ଆଶାର କିରଣ ଉଦ୍ରେକ କରିଥିଲେ। ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର ବାର୍‍ ଆସୋସିଏସନ୍‍ ସଭାପତି  ଦୁର୍ଗାମାଧବ ମିଶ୍ର , ଅଲ୍‍ ଓଡିଶା କିନ୍ନର ମହାସଂଘ ଅଧ୍ୟକ୍ଷା ମୀରା ପରିଡା(ଆଚାର୍ଯ୍ୟ- ମହା ମଣ୍ଡଳେଶ୍ୱର କିନ୍ନର ଆଖଡା), କିସ୍‌ ସୋସିଆଲ୍‍ ଡେଭଲପ୍‍ମେଂଟ୍‍ ଅଫିସର ସାଧନା ମିଶ୍ର) , ମେଘନା ସାହୁ , ଲିପିକା ମହାପାତ୍ର ଙ୍କ ସମେତ ବହୁ ମାନ୍ୟଗଣ୍ୟ ଅତିଥିମାନେ କାର୍ଯ୍ୟକ୍ରମରେ ଯୋଗଦେଇ କିନ୍ନର ମାନଙ୍କୁ ମୁଖ୍ୟ ଶ୍ରୋତରେ ସାମିଲ୍‍ କରିବା, ସେମାନଙ୍କର ସାମାଜିକ ନିରାପତା ଏବଂ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରାୟୋଜିତ ବିଭିନ୍ନ ପ୍ରକାର ଯୋଜନାରେ କିନ୍ନର ମାନଙ୍କ ପାଇଁ ବିଶେଷ ସୁବିଧା ରଖିବା ପାଇଁ ଆଇନ୍‍ ଆଣିବା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ କଥା ଆଲୋଚନା ମାଧ୍ୟମରେ ପରିପ୍ରକାଶ କରିଥିଲେ ଯେଉଁ କଥାଗୁଡିକ ଆଗାମୀ ଭବିଷ୍ୟତରେ କିନ୍ନର ମାନଙ୍କ ଜୀବନକୁ ଆହୁରୀ ସହଜ, ସରଳ ଏବଂ ଆନନ୍ଦମୟ କରିବ ବୋଲି କିନ୍ନର ମାନେ ଅନୁଭରେ ଆଣି ବହୁତ ଖୁସୀ ହୋଇଥିଲେ।

ପରିଶେଷରେ , ସି.ଏଫ୍‍.ଏ.ଆର୍‍ ରାଜ୍ୟ ପ୍ରକଳ୍ପ ସଂଯୋଜିକା ମମତା ସିଂ   ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories