www.samajalive.in
Sunday, December 7, 2025
26.1 C
Bhubaneswar

ଭୋପାଳରେ ୬ ଆତଙ୍କୀ ଗିରଫ, ବିପୁଳ ମାତ୍ରାରେ ବିସ୍ଫୋରକ ଜବତ

ଭୋପାଳ: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଗୁଇନ୍ଦା ବିଭାଗ ୬ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଏଥିସହ ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଆତଙ୍କବାଦୀମାନେ ସହରର ଏଶବାଗ ଥାନାଠାରୁ ୨୦୦ ମିଟର ଦୂରରେ ଘର ଭଡ଼ା​‌ ନେଇ ରହୁଥିଲେ। ଶନିବାର ବିଳମ୍ବିତ ରାତିରେ ଗୁଇନ୍ଦା ବିଭାଗ ପକ୍ଷରୁ ଅପରେସନ ଚଳାଇ ୬ ଆତଙ୍କୀଙ୍କୁ ଗିରଫ କରାଯାଇଛି।

ସୂଚନା ମୁତାବକ, ଗୁଇନ୍ଦା ବିଭାଗର ଅଧିକାରୀମାନେ ଘରୁ ଲାପଟପ୍‌, ଅସ୍ତ୍ରଶସ୍ତ୍ର ଓ ବିପୁଳ ମାତ୍ରାର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ଏହା ବ୍ୟତୀତ କରୋନ୍ଦ ଅଞ୍ଚଳରେ ମଧ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଅଧିକାରୀମାନେ ଘରକୁ ସିଲ୍ କରି ଅଜ୍ଞାତ ସ୍ଥାନରେ ଆତଙ୍କବାଦୀଙ୍କୁ ପଚରାଉଚରା କରୁଛନ୍ତି। ଏହି ପ୍ରସଙ୍ଗରେ ଭୋପାଳ କମିଶନର ମାକରନ୍ଦ ଦେଓସ୍କର କହିଛନ୍ତି ଯେ, ଏହା ତାଙ୍କର କାର୍ଯ୍ୟାନୁଷ୍ଠାନ ନୁହେଁ। ଏଟିଏସ ପକ୍ଷରୁ ଚଢାଉ ହୋଇଛି। ତେବେ ଏଟିଏସ ପକ୍ଷରୁ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କୌଣସି ବିବୃତ୍ତି ମିଳିନାହିଁ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories