www.samajalive.in
Monday, December 15, 2025
26.1 C
Bhubaneswar

ଆସାମରେ ଜବାବୀ ଆକ୍ରମଣ ; ୬ ଆତଙ୍କି ନିହତ

ଗୁଆହାଟି: ଆସାମରେ ଶନିବାର ରାତିରେ ସୁରକ୍ଷା ବାହିନୀର ଜବାବୀ ଆକ୍ରମଣରେ ୬ ଆତଙ୍କି ପ୍ରାଣ ହରାଇଛନ୍ତି। ରାଜ୍ୟର କର୍ବି-ଆଙ୍ଗଲଙ୍ଗ ଜିଲାରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଆସାମ ପୁଲିସ ସୂତ୍ରରୁ ପ୍ରକାଶ ଯେ କର୍ବି ଆଙ୍ଗଲଙ୍ଗ ଜିଲାରେ ଆତଙ୍କିଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଯବାନମାନେ ଶନିବାର ରାତିରେ ତଲାସି ଅଭିଯାନ ଆରମ୍ଭ କରିଥିଲେ। ଲୁଚି ରହିଥିବା ଆତଙ୍କିମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା ପରେ ଯବାନମାନେ ତାହାର ପାଲଟା ଜବାବ ଦେଇଥିଲେ। ସେଥିରେ ଦିମାସା ନ୍ୟାସନାଲ ଲିବିରେସନ ଆର୍ମି (ଡିଏନଏଲଏ) ଗୋଷ୍ଠୀର ୬ ଜଣ ଆତଙ୍କିଙ୍କର ମୃତ୍ୟୁ ଘଟିଥିଲା। ଏହି ଗୋଷ୍ଠୀ ମୁଖ୍ୟତଃ ଆସାମର ଦିମା ହାସାଓ ଏବଂ କର୍ବି ଆଙ୍ଗଲଙ୍ଗ ଏବଂ ପଡୋଶୀ ନାଗାଲାଣ୍ଡର କିଛି ଅଞ୍ଚଳର ସକ୍ରିୟ ଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି। ମୃତ ଆତଙ୍କିଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଆସାମ ପୁଲିସ ମହାନିର୍ଦ୍ଦେଶକ ଜି ପି ସିଂହ ଟ୍ୱିଟ କରି କହିଛନ୍ତି। ଏହା ପୂର୍ବରୁ ଚଳିତ ମାସ ୧୯ ତାରିଖରେ ଡିଏନଏଲଏର ଆତଙ୍କିମାନେ ଆସାମା-ନାଗାଲାଣ୍ଡ ସୀମାନ୍ତର ଧନସିରିଠାରେ ଜଣେ ଯୁବକଙ୍କୁ ହତ୍ୟା କରିଥିଲେ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories