www.samajalive.in
Saturday, December 6, 2025
26.1 C
Bhubaneswar

ଡାଏନାଙ୍କୁ କ୍ଷତି ପହଞ୍ଚାଇବାକୁ କେବେ ଚାହିଁନଥିଲି- ବ୍ରିଟେନ ସାମ୍ବାଦିକ

ଲଣ୍ଡନ: ‘ମୁଁ କେବେହେଲେ ଡାଏନାଙ୍କ ପ୍ରତି କ୍ଷତି ପହଞ୍ଚାଇବାକୁ ଚାହିଁନଥିଲି ଏବଂ ଆମୋନେ ସେଭଳି କେବେ କରିଥିବା ମୁଁ ବିଶ୍ୱାସ କରିପାରୁନାହିଁ’ବୋଲି ରବିବାର ଦିନ କହିଛନ୍ତି ବିବିସିର ସାମ୍ବାଦିକ ମାର୍ଟିନ ବଶିର। ଡାଏନାଙ୍କର ଏକ ଚର୍ଚ୍ଚିତ ସାକ୍ଷାତକାର ନେଇଥିବା ବଶିର୍‍ କହିଛନ୍ତି, ଡାଏନାଙ୍କ ମୃତ୍ୟୁ ପାଇଁ ତାଙ୍କ କାର୍ଯ୍ୟକୁ ଯୋଡାଯିବା ଯୁକ୍ତିଯୁକ୍ତ ନୁହେଁ। ଏଥିସହିତ ସେ ପ୍ରିନ୍ସ ୱିଲିୟମ ଏବଂ ହ୍ୟାରୀଙ୍କ ନିକଟରେ କ୍ଷମା ମାଗିଛନ୍ତି। ପୂର୍ବରୁ ଗୁରୁବାର ଦିନ ବ୍ରିଟେନର ଜଣେ ଅବସରପ୍ରାପ୍ତ ବରିଷ୍ଠ ବିଚାରପତି ଜନ୍‍ ଡାଇସନଙ୍କର ଏକ ରିପୋର୍ଟ ପ୍ରକାଶ ପାଇଥିଲା। ସେଥିରେ କୁହାଯାଇଥିଲା ଯେ ବଶିର ଏକ ନକଲି ବ୍ୟାଙ୍କ କାରବାର ତଥ୍ୟ ପ୍ରସ୍ତୁତ କରିଥିଲେ ଯେଉଁଥିରେ ଡାଏନାଙ୍କ ଉପରେ ନଜର ରଖିବାକୁ ତାଙ୍କର କେତେକ ଘନିଷ୍ଠ ସହାୟକଙ୍କୁ ସୁରକ୍ଷା ବାହିନୀ ପକ୍ଷରୁ ଅର୍ଥ ଯୋଗାଇ ଦିଆଯାଉଥିବା ନେଇ ମିଥ୍ୟା ତଥ୍ୟ ଦିଆଯାଇଥିଲା। ବଶିର ତାହାପରେ ଉକ୍ତ ବ୍ୟାଙ୍କ ତଥ୍ୟକୁ ଡାଏନାଙ୍କ ଭାଇ ଚାର୍ଲସ ସ୍ପେନସରଙ୍କୁ ଦେଖାଇ ଡାଏନା ଓ ତାଙ୍କ ମଧ୍ୟରେ ସାକ୍ଷାତ କାର୍ଯ୍ୟକ୍ରମ ସ୍ଥିର କରିବା ସହିତ ଡାଏନାଙ୍କର ବିଶ୍ୱାସ ଭାଜନ ହୋଇପାରିଥିଲେ। ଏହି ଘଟଣାକୁ ନେଇ ପ୍ରିନ୍ସ ୱଲିୟମ୍ସ ଓ ହ୍ୟାରୀ ବଶିରଙ୍କୁ ଆକ୍ଷେପ କରିଥିବାବେଳେ ରବିବାର ଦିନ ବଶିର ଏଥିପାଇଁ ଡାଏନାଙ୍କ ଦୁଇପୁଅଙ୍କ ନିକଟରେ କ୍ଷମା ମାଗିଛନ୍ତି। ଏଥିସହିତ ସେ ଏଥିପାଇଁ ଗଭୀର ଦୁଃଖିତ ଏବଂ କେବେହେଲେ ଡାଏନାଙ୍କ ପ୍ରତି କ୍ଷତି ପହଞ୍ଚାଇବାକୁ ଚାହିଁନଥିବା ସ୍ପଷ୍ଟ କରିଛନ୍ତି। କିନ୍ତୁ ୱିଲିୟମ୍ସ କହିଛନ୍ତି ଯେ ବଶିରଙ୍କ କାର୍ଯ୍ୟକଳାପ ଏବଂ ତାଙ୍କର ସାକ୍ଷାତକାର ତାଙ୍କ ବାପା-ମା’ଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିବା ସହିତ ଡାଏନାଙ୍କ ମନରେ ଭୟ, ବିଚଳିତ ଭାବେ ଏବଂ ଜୀବନ ଶେଷବର୍ଷଗୁଡିକରେ ଏକାକିପଣ ଅନୁଭବ କରିବାକୁ ଦେଇଥିଲା। ହ୍ୟାରୀ କହିଛନ୍ତି, ବଶିରଙ୍କ କାର୍ଯ୍ୟକଳାପ ତାଙ୍କ ମା’ଙ୍କ ମୃତ୍ୟୁର ଅନ୍ୟତମ କାରଣ ଥିଲା। ସୂଚନାଯୋଗ୍ୟ ଯେ ୧୯୯୭ରେ ପ୍ୟାରିସଠାରେ ଏକ କାର ଦୁର୍ଘଟଣାରେ ଡାଏନା ପ୍ରାଣ ହରାଇଥିଲେ। ସେତେବେଳେ ତାଙ୍କୁ ୩୬ ବର୍ଷ ବୟସ ହୋଇଥିଲା। ବଶିର ପୂର୍ବରୁ ମାଇକେଲ ଜ୍ୟାକସନଙ୍କର ମଧ୍ୟ ସାକ୍ଷାତକାର ନେଇଥିଲେ। ତେବେ ଏହି ପ୍ରସିଦ୍ଧ ପପ୍‍ ଗାୟକଙ୍କ ପରିବାର ଜ୍ୟାକସନଙ୍କ ମୃତ୍ୟୁ ପାଇଁ ବଶିରଙ୍କୁ ଦାୟୀ କରୁଛନ୍ତି। ସେମାନେ କହିଛନ୍ତି, ବଶିର ନେଇଥିବା ସାକ୍ଷାତକାର ପ୍ରସାରିତ ହେବାପରେ ତାହାର ପରିଣତରେ ମାଇକେଲ ଜ୍ୟାକସନ ଅଧିକରୁ ଅଧିକ ନିଶାସେବନ କରିଥିଲେ ଏବଂ ତାହା ତାଙ୍କ ଜୀବନ ନେଇଥିଲା। ବିଚାରପତି ଜନ୍‍ ଡାଇସନ ତାଙ୍କ ରିପୋର୍ଟ ବିବିସି ନିକଟରେ ଉପସ୍ଥାପନ କରିବା ପରେ ଗତ ସପ୍ତାହରେ ବଶିର ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେଠାରୁ ଇସ୍ତଫା ଦେଇଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories