www.samajalive.in
Monday, December 15, 2025
26.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁଁ ଚାଲି ପାରିଲାନି ବିଧାନସଭା.. ଆସନ୍ତାକାଲି ଦିନ ସାଢ଼େ ୧୦ଟା ଯାଏଁ ଗୃହ ମୁଲତବୀ..

ଉମରକୋଟ ଚନ୍ଦାହାଣ୍ଡି ଥାନା ପରିସରରେ ଜଳିଗଲା ଜବତ ହୋଇଥିବା ୪୦ ଗାଡ଼ି..

- Advertisement -

ଆମ ଆଦମୀ ପାର୍ଟିର ସେଲୀ ଓବରୟ ଦିଲ୍ଲୀ ମେୟର ନିର୍ବାଚିତ..

ପୁଣି ଥରିଲା ଉତ୍ତରାଞ୍ଚଳ.. ବୁଧବାର ପୁଣିଥରେ ଦିଲ୍ଲୀଠାରୁ ଆରମ୍ଭ କରି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ନେପାଳରେ ମଧ୍ୟ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି.. ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ନେପାଳ..

ନବ ଦାସ ହତ୍ୟା ମାମଲାରେ ଗୋପାଳର ମେଡିକାଲ ପରୀକ୍ଷା ପାଇଁ ଝାରସୁଗୁଡ଼ା ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ଆବେଦନ କଲା କ୍ରାଇମବ୍ରାଞ୍ଚ.. ପୂର୍ବରୁ ୨୦ ତାରିଖରେ କ୍ରାଇମବ୍ରାଞ୍ଚ ପକ୍ଷରୁ ମାନ୍ୟବର ଜେଏମଏଫସି ଅଦାଲତରେ ଏନେଇ ଆବେଦନ କରାଯାଇଥିଲା.. କିନ୍ତୁ ଅଦାଲତ ଆବେଦନକୁ ଖାରଜ କରିଥିଲେ..

ମାଲକାନଗିରି ଜିଲ୍ଲା ଗସ୍ତରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ.. ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଗସ୍ତ ସମୟରେ ମାଲକାନଗିରି ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସ କଳାପତାକା ପ୍ରଦର୍ଶନ କରିବା ସହ ବିରୋଧ କରିଛନ୍ତି.. ମାଲକାନଗିରି ପୁଲିସ ଆନ୍ଦୋଳନକାରୀଙ୍କୁ ଗିରଫ କରିଥିବା ସୂଚନା..

ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପ୍ରସଙ୍ଗରେ ଗୃହରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ..ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏଫବିଆଇର ସହାୟତା ମାଗିଥିବା ଜଣାଇଲେ.. ଆମେରିକାର ତଦନ୍ତକାରୀ ସଂସ୍ଥା ଏଫବିଆଇର ସହାୟତା ଲୋଡା ଯାଇଛି..

ବାଲେଶ୍ୱର ସୋର ଗାନ୍ଧି ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ଆଉ ୫ ଜଣ ଅନ୍ତେବାସୀ ଅସୁସ୍ଥ.. ଅସୁସ୍ଥଙ୍କ ସଂଖ୍ୟା ୧୭କୁ ବୃଦ୍ଧି..

ବାମରା ଷ୍ଟେସନ୍‌ରେ ଏକ୍ସପ୍ରେସ୍‌ ରହଣି ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ରେଳ ରୋକ..

୨୫ ତାରିଖରେ ନିଜ ଠାରୁ ୨୦ ବର୍ଷର ସାନ ଯୁବତୀଙ୍କୁ ଦ୍ଵିତୀୟ ବିବାହ କରିବେ ବିଧାୟକ ଦିବ୍ୟଶଙ୍କର..

ଆଇଆଇସି ରାକେଶ ତ୍ରିପାଠୀଙ୍କ ଦୁର୍ବ୍ୟବହାର ଯୋଗୁ ଚାକିରିରୁ ଅବସର ଆବେଦନ କଲେ ଧର୍ମଶାଳା ସବଇନ୍ସପେକ୍ଟର ରାଧାନାଥ ଦାଶ, ଯାଜପୁର ଏସପିଙ୍କୁ ଆବେଦନ..

କେରଳ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, କୌଣସି ମନ୍ଦିର ପରିଚାଳନା କମିଟିରେ ରହିପାରିବେନି ରାଜନୈତିକ ଦଳର ପ୍ରତିନିଧି..

ଆଇଏସଏସଏଫ ବିଶ୍ବକପ୍‌ର ପୁରୁଷ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ଭାରତର ରୁଦ୍ରାଂଶ ପାଟିଲଙ୍କୁ ସ୍ବର୍ଣ୍ଣ ପଦକ..

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories