www.samajalive.in
Saturday, December 6, 2025
23.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

୨ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କଲା ଜଗତପୁର ପୁଲିସ.. ଉଭୟଙ୍କ ନିକଟରୁ ୩ଟି ବନ୍ଧୁକ ସହ ୧୨ଟି ଗୁଳି ଜବତ.. ଗିରଫ ମଧ୍ୟରୁ ଜଣେ ସୁଲେମାନ ହତ୍ୟାକାଣ୍ଡରେ ସମ୍ପୃକ୍ତ..

ଯୁକ୍ତ ୩ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ.. ଜୁନ ୧୯ରୁ ଜୁଲାଇ ୪ ପର୍ଯ୍ୟନ୍ତ ଛାତ୍ରୀଛାତ୍ର ଆବେଦନ କରିପାରିବେ..

- Advertisement -

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାମରେ ମାମଲା ରୁଜୁ.. ଯୁବତୀଙ୍କ ଏତଲା ଆଧାରରେ ମାମଲା ରୁଜୁ କଲା ମହିଳା ଥାନା ପୁଲିସ.. ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ କରିଥିଲେ ସମ୍ପୃକ୍ତ ଯୁବତୀ.. ଯୁବତୀ ଜଣକ ଜଗତପୁର ଥାନାକୁ ଯାଇଥିଲେ, ପରେ ସେଠାରୁ ପୁଲିସ କଟକ ମହିଳା ଥାନା ପଠାଇଥିଲା..

ତାତି ଆହୁରି ଜଳାଇବ ୫ ଦିନ.. ଆଗାମୀ ୫ ଦିନ ଯାଏ ତାପମାତ୍ରାର ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗର ପୂର୍ବାନୁମାନ..

ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ବୈଠକ .. ୨୦୨୩- ୨୪ ଆର୍ଥିକ ବର୍ଷ ପାଇଁ ୨୭୧କୋଟି ୭ ଲକ୍ଷ ଟଙ୍କାର ଆୟ ବ୍ୟୟ ଅଟକଳ କରାଯାଇଛି ଅନୁମୋଦନ ..

ରେକର୍ଡ ଭାଙ୍ଗୁଛି ତାତି .. ଦିନ ସାଢେ ୨ଟା ସୁଦ୍ଧା ୪୫.୩ ସହ ସବୁଠାରୁ ଉତ୍ତପ୍ତ ସହର ସମ୍ବଲପୁର .. ରାଜଧାନୀରେ ୪୩.୮ ଡିଗ୍ରୀ ରେକର୍ଡ..

୧୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ.. କଟକ, ଖୋର୍ଦ୍ଧା, ସୋନପୁର, ବୌଦ୍ଧ, ନୂଆପଡ଼ା, କଳାହାଣ୍ଡି, ଭଦ୍ରକ, କନ୍ଧମାଳ, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ନୟାଗଡ଼, ବୌଦ୍ଧ, ବଲାଙ୍ଗୀର ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି..

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ ସଦର ବ୍ଳକ ସହକାରୀ ଯନ୍ତ୍ରୀ ବିକାଶ ଚନ୍ଦ୍ର ଭୂୟାଁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ..

୧୩ରେ ସ୍ଥଳଭାଗ ଛୁଇଁବ ‘ବିପର୍ଯ୍ୟୟ’.. ଗୁଜରାଟର ସୌରାଷ୍ଟ୍ର ଏବଂ ପାକିସ୍ତାନର କରାଚି ଉପକୂଳ ମଧ୍ୟରେ ବାତ୍ୟା ‘ବିପର୍ୟ୍ୟୟ’ ସ୍ଥଳଭାଗ ଛୁଇଁବ ବୋଲି  କରାଯାଇଛି ଆକଳନ..

ଇଟାଲୀର ପୂର୍ବତନ ପ୍ରଧାନମନ୍ତ୍ରୀ ସିଲ୍‌ଭିଓ ବର୍ଲୁସ୍କୋନିଙ୍କର ୮୬ ବର୍ଷ ବୟସରେ ପରଲୋକ ..

 

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories