www.samajalive.in
Sunday, December 7, 2025
13.1 C
Bhubaneswar

ବିପଜ୍ଜନକ ଅବସ୍ଥାରେ ଚାରପଡ଼ା ସରକାରୀ ପ୍ରାଥମିକ ସ୍କୁଲ; ଖସିପଡ଼ୁଛି ସିମେଣ୍ଟ ଅତଡ଼ା

ରେଙ୍ଗାଲି: ସରକାରୀ ସ୍କୁଲଗୁଡିକର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ଅଗ୍ରାଧିକାର ଦେଇ ଏଥିପାଇଁ ଅଜସ୍ର ଟଙ୍କା ବ୍ୟୟ କରୁଛନ୍ତି। ତେବେ ଦୀପ ତଳ ଅନ୍ଧାର ଭଲି ରେଙ୍ଗାଲି ବ୍ଳକ୍‌‌ ସଦର ମହକୁମାରୁ ୩ କିଲୋମିଟର ଦୂରତାରେ ଅବସ୍ଥିତ ଆଦିବାସୀ ଅଧ୍ୟୁଷିତ ଚାରପଡ଼ା ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ବିପଦସଙ୍କୁଳ ଅବସ୍ଥାରେ ପଡ଼ି ରହିଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏଥିପ୍ରତି ନିଘାନାହିଁ। ସ୍କୁଲର ଶ୍ରେଣୀ କୋଠରୀ ଏବଂ ବାରଣ୍ଡାରୁ ସିମେଣ୍ଟ ଅତଡା ଖସୁଛି। ସିମେଣ୍ଟ ଅତଡା ଖସିଯିବା ଫଳରେ ଛାତରେ ଲାଗିଥିବା ଲୁହାଛଡ ଜଳଜଳ ହୋଇ ଦିଶୁଛି। କେତେବେଳେ ଏହି ସିମେଣ୍ଟ ଅତଡା କୋମଳମତି ଛାତ୍ରଛାତ୍ରୀମାନଙ୍କ ଉପରେ ପଡ଼ିଲେ ସେମାନେ କ୍ଷତାହତ ହୋଇ ଅଘଟଣ ଘଟିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନପାରେ। ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ପାଇଁ ଅସୁରକ୍ଷିତ ଥିବା ତଥା ଏଭଳି ବିପଜ୍ଜନକ ଅବସ୍ଥାରେ ଚାଲିଥିବା ଏହି ସ୍କୁଲର ମରାମତି ବ୍ୟବସ୍ଥା କରାଯିବା ପାଇଁ ସ୍କୁଲ ପରିଚାଳନା କମିଟି ଏବଂ ଗ୍ରାମବାସୀ ୨୦୨୨ ଜୁଲାଇ ୨ ତାରିଖ ଏବଂ ୨୦୨୩ ମେ’ ୨୪ ତାରିଖ ଦିନ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅକାରରେ ଅବଗତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଫଳରେ ଅଭିଭାବକ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପାଞ୍ଚଟି ଶ୍ରେଣୀ ବିଶିଷ୍ଟ ଏହି ବିଦ୍ୟାଳୟରେ ମାତ୍ର ଦୁଇଟି ଶ୍ରେଣୀ କୋଠରୀ ଅଛି। ଦୁଇଟି ଶ୍ରେଣୀ କୋଠରୀରେ ୫ଟି ଶ୍ରେଣୀର ଛାତ୍ରଛାତ୍ରୀ ଯେଣତେଣ ପ୍ରକାରେ ବସି ଶିକ୍ଷା ଗ୍ରହଣ କରୁଥିବା ବେଳେ ସେହି ଦୁଇଟି ଶ୍ରେଣୀ କୋଠରୀ ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଛାତ୍ରଛାତ୍ରୀମାନେ କେତେବେଳ ସିମେଣ୍ଟ ଅତଡା ଖସିପଡ଼ିବା ଭୟରେ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି। ଅଭିଭାବକମାନେ ମଧ୍ୟ ନିଜ ପୁଅ ଝିଅଙ୍କୁ ସ୍କୁଲ ପଠାଇବାକୁ ଭୟ କରୁଛନ୍ତି। ଉଚ୍ଚ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଯୁଦ୍ଧାକାଳୀନ ଭିତ୍ତିରେ ବିପଜ୍ଜନକ ଅବସ୍ଥାରେ ଥିବା ଚାରପଡ଼ା ସ୍କୁଲର ମରାମତି କାମ ସମ୍ପନ୍ନ କରିବା ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି। ଅନ୍ତତଃ ଗ୍ରୀଷ୍ମ ଅବକାଶ ପୂର୍ବରୁ ଏହାର ମରାମତି କରାଯିବା ଉଚିତ୍‌‌ ବୋଲି ସଚେତନ ନାଗରିକ ମହଲରେ ମତପ୍ରକାଶ ପାଉଛି।

ଚାରପଡ଼ା ସ୍କୁଲ ଅବସ୍ଥା ସଂକ୍ରାନ୍ତରେ ଗୋଷ୍ଠି ଶିକ୍ଷା ଅଧିକାରୀ ଜୀବନକିଶୋର ବରୱାଙ୍କୁ ପଚରାଯିବାରୁ ଆମ ପାଖକୁ ଏ ସଂକ୍ରାନ୍ତରେ ଅଭିଯୋଗ ଆସିଥିଲା। ସ୍କୁଲ ନିର୍ମାଣ ଏବଂ ମରାମତି ବ୍ଳକ୍‌‌ ଅଫିସ ଦ୍ୱାରା କରାଯାଉଥିବାରୁ ବ୍ଳକ୍‌‌ ଉନ୍ନୟନ ଅଧିକାରୀଙ୍କୁ ଜଣାଇବାକୁ ପରାମର୍ଶ ଦିଆଯାଇଛି। ବିପଜ୍ଜନକ ଅବସ୍ଥାରେ ଥିବା ଚାରପଡ଼ା ପ୍ରାଥମିକ ସ୍କୁଲର ମରାମତି ପାଇଁ ଆପଣ ବ୍ଳକ୍‌‌ ଉନ୍ନୟନ ଅଧିକାରୀଙ୍କୁ ଚିଠି ମାଧ୍ୟମରେ ହେଉ କି ମୌଖିକ ଭାବରେ ଜଣାଇଛନ୍ତି କି ବୋଲି ଗୋଷ୍ଠି ଶିକ୍ଷା ଅଧିକାରୀଙ୍କୁ ପାଲଟା ପ୍ରଶ୍ନ ପଚରା ଯିବାରୁ ସେ କିଛି ସ୍ପଷ୍ଟ ଉତ୍ତର ଦେଇପାରି ନଥିଲେ।

- Advertisement -

ଚାରପଡ଼ା ପ୍ରାଥମିକ ବିଦ୍ୟାଳୟ ବିପଦସଙ୍କୁଳ ଅବସ୍ଥାରେ ଥିବା ନେଇ ମୁଁ ଅବଗତ ଅଛି। ପାଣ୍ଠି ଯୋଗାଡ କରି ଏହାର ମରାମତି ପାଇଁ ଖୁବ୍ଦ ଶୀଘ୍ର ପଦକ୍ଷେପ ନିଅଯିବ ବୋଲି ବ୍ଳକ୍‌‌ ଉନ୍ନୟନ ଅଧିକାରୀ କୃଷ୍ଣଚନ୍ଦ୍ର ଦଳପତି କହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories