ସନ୍ଧ୍ୟା ୬ଟା ମୁଖ୍ୟ ଖବର
ବଣାଇ ଉପଖଣ୍ଡ କୋଇଡା ବ୍ଲକ ଅନ୍ତର୍ଗତ ସୋୟମ୍ବା ସେବାଶ୍ରମର ୩୨ ଛାତ୍ରୀ ଅସୁସ୍ଥ..
ଓଡ଼ିଶାରେ ଟିକାକରଣର କ୍ଷେତ୍ର ହାର ଦେଶରେ ସର୍ବୋଚ୍ଚ -ୟୁନିସେଫ ରିପୋର୍ଟ..
ଆରାଧ୍ୟା ବଚ୍ଚନଙ୍କ ଆବେଦନ ଉପରେ କୋର୍ଟରେ ଶୁଣାଣି.. ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସମନ.. ସେ ଦୁଇଟି ୟୁଟ୍ୟୁବ ଚ୍ୟାନେଲ ଏବଂ ୱେବସାଇଟ୍ ବିରୋଧରେ ଅଭିଯୋଗ କରିଥିଲେ.. ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ମିଥ୍ୟା ଖବର ପ୍ରସାରଣ କରିଥିବାରୁ ଏକ ୟୁଟ୍ୟୁବ୍ ଚ୍ୟାନେଲ ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ଆରାଧ୍ୟା.. ଏହା ଉପରେ ଦିଲ୍ଲୀ ହାଇକୋର୍ଟ ଶୁଣାଣି କରିଛନ୍ତି..
ଜାମ୍ମୁ-କାଶ୍ମୀରର ପୁଞ୍ଛରେ ସେନା ଗାଡ଼ିରେ ଲାଗିଲା ନିଆଁ.. ୪ ଯବାନ ଶହୀଦ..
ଅମୃତସର ବିମାନବନ୍ଦରରୁ ଅମୃତପାଲ ସିଂଙ୍କ ପତ୍ନୀଙ୍କୁ ନିଜ ହେପାଜତକୁ ନେଲା ପଞ୍ଜାବ ପୁଲିସ.. ଲଣ୍ଡନ ଯିବା ପାଇଁ କରିଥିଲେ ଯୋଜନା..
ସାରା ରାଜ୍ୟରେ ଅସହ୍ୟ ତାତି .. ଦିନ ୨ଟା୩୦ ସୁଦ୍ଧା ଝାରସୁଗୁଡା ସବୁଠାରୁ ଉତ୍ତପ୍ତ.. ଝାରସୁଗୁଡା ତାପମାତ୍ରା ୪୨.୮ ଡିଗ୍ରୀ ସେଲ୍ସିୟସ୍ ରେକର୍ଡ.. ଭୁବନେଶ୍ୱର ୪୨.୬, ଚାନ୍ଦବାଲି ଓ ସମ୍ବଲପୁର ୪୧.୨ ଡିଗ୍ରୀ ରେକର୍ଡ..
୩ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ.. ୫ ଅଭିଯୁକ୍ତ ଫେରାର.. କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନାଞ୍ଚଳର ଘଟଣା..
ଆସନ୍ତାକାଲି ଠାରୁ ଗ୍ରୀଷ୍ମକାଳୀନ ସ୍କୁଲ ଛୁଟି ଘୋଷଣା.. ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି.. ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି..
ମାନହାନୀ ମାମଲାରେ ରାହୁଲଗାନ୍ଧୀଙ୍କୁ ଶକ୍ତ ଝଟକା.. ରାହୁଲଙ୍କ ଆବେଦନକୁ ଖାରଜ କଲେ ସୁରତ ସେସନ୍ସ କୋର୍ଟ..
Comments are closed.