www.samajalive.in
Saturday, December 6, 2025
15.1 C
Bhubaneswar

ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କ ଉପରେ ଚଢ଼ିଗଲା ବସ୍‌, ୬ ମୃତ

ମୁଜଫରନଗର: ଉତ୍ତରପ୍ରଦେଶର ମୁଜଫରନଗରରେ ବୁଧବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ନିଜ ଘର ବିହାରକୁ ଚାଲି ଚାଲି ଯାଉଥିବା କିଛି ଶ୍ରମିକଙ୍କ ଉପରେ ବସ୍‌ ଚଢ଼ିଯିବାରୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ଘଲୌଲୀ ଚେକ୍‌ପୋଷ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ଅନ୍ୟ ୪ ଶ୍ରମିକ ଏଥିରେ ଗୁରୁତର ଆହତ ହୋଇଛନ୍ତି।

ମୁଜଫରନଗର-ସହାରନପୁର ରାଜ୍ୟ ରାଜପଥ-୫୯ରେ ଏହି ଶ୍ରମିକମାନେ ଚାଲି ଚାଲି ଯାଉଥିଲେ। ସେମାନେ ପଞ୍ଜାବରୁ ବିହାର ଯାଉଥିଲେ। ରାତି ପ୍ରାୟ ୧୧ଟା ୪୫ରେ ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ଏକ ବସ୍‌ ଶ୍ରମିକମାନଙ୍କ ଉପରେ ଚଢ଼ି ଯାଇଥିଲା। ଅନ୍ଧାର ଯୋଗୁ ଡ୍ରାଇଭର ବସ୍‌କୁ ନେଇ ଫେରାର ହୋଇଯାଇଥିଲା। ମୃତ ଶ୍ରମିକମାନେ ବିହାର ଗୋପାଳଗଞ୍ଜର ବୋଲି ଜଣାପଡ଼ିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories