www.samajalive.in
Saturday, December 6, 2025
15.1 C
Bhubaneswar

ଗ୍ୟାସ ଲିକ୍‌ରୁ ଅଗ୍ନିକାଣ୍ଡ; ଜଳିଗଲା ୬ ବଖରା, ବଞ୍ଚାଇଦେଲା ୨ ମହଲା କୋଠା

ସୁଆଣ୍ଡୋ: ପୁରୀ ଜିଲା ସତ୍ୟବାଦୀ ଥାନା ସାଣ୍ଢରା ପଞ୍ଚାୟତ ଅନ୍ତର୍ଗତ ସାଆନ୍ତରାପୁର ଗ୍ରାମରେ ଗ୍ୟାସ ଲିକ୍ ହୋଇ ରବିବାର ୬ ବଖରା ଘର ଜଳିଯାଇଛି। ସକାଳ ସାଢେ ୯ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି। ଦୀନବନ୍ଧୁ ସାହୁ(୬୭)ଙ୍କ ପତ୍ନୀ ରୋଷେଇ କରିବାକୁ ରୋଷେଇ ଘରକୁ ଯାଇଥିଲେ। ଗ୍ୟାସ୍‌ ଖୋଲି ଲାଇଟର ମାରିବା ପରେ ଘରେ ନିଆଁ ଲାଗିଯାଇଥିଲା। ପ୍ରାଣ ବିକଳରେ ସେ ଘରୁ ପଳାଇଆସିବାରୁ ରକ୍ଷା ପାଇଯାଇଥିଲେ। ତୁରନ୍ତ ପଡ଼ୋଶୀମାନେ ପହଞ୍ଚି ସତ୍ୟବାଦୀ ଅଗ୍ନିଶମ କେନ୍ଦ୍ରକୁ ସୂଚନା ଦେଇଥିଲେ। ଖବର ପାଇ ଆଗ୍ନିକ ମନୋଜ ପାତ୍ର ସଦଳବଳେ ଦୁଇଟି ଦମକଳ ଗାଡି ସହିତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ଦୀନବନ୍ଧୁ ସାହୁଙ୍କର ୩ ବଖରା, ନଗେନ ସାହୁଙ୍କର ୨ ବଖରା ଏବଂ ଗନ୍ଧର୍ବ ସାହୁଙ୍କର ୧ ବଖରା ଘର ପୋଡ଼ିଯାଇଛି। ଘରର ଅନେକ ଆସବାବପତ୍ର ମଧ୍ୟ ଜଳିଯାଇଛି। ନିଆଁ ଲାଗିଥିବା ଘର ନିକଟରେ ଏକ ୨ ମହଲା କୋଠା ରହିଥିବାରୁ ନିଆଁ ଅନ୍ୟ କାହା ଘରକୁ ବ୍ୟାପିପାରି ନ ଥିଲା ଏବଂ ଏକ ବଡ଼ ଧରଣର ଅଗ୍ନିକାଣ୍ଡରୁ ଗ୍ରାମବାସୀ ରକ୍ଷା ପାଇଯାଇଥିବା କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories