www.samajalive.in
Sunday, December 7, 2025
26.1 C
Bhubaneswar

କମ୍ପାନୀରୁ ଲୁହା ଚୋରି, ୬ ଗିରଫ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ କମ୍ପାନୀରୁ ଲୁହା ଚୋରି ଅଭିଯୋଗରେ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଲାଞ୍ଜିଗଡ ପୁଲିସ। ଏନେଇ ଲାଞ୍ଜିଗଡ଼ ପୁଲିସ ପକ୍ଷରୁ ଏକ ମାମଲା(୦୨/୨୦୨୫) ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନାନୁଯାୟୀ, ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ଼ରୁ ଲୁହା ଚୋରି କରୁଥିବାବେଳେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ରାୟଗଡା ଜିଲ୍ଲା ଅମ୍ବାଦଳା ଥାନା ଛଡ଼ରଙ୍ଗ ଗାଁର ଶିବରାମ ଦୁର୍ଗା, ସନ୍ତୋଷ ବାଗ, ରବି ବାଗ, ମଦନ ବାଗ, ଦେବରାଜ ବାଗ ଓ କାନ୍ତରୁ ଟାକରିଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କଠାରୁ ନଗଦ ୫୭ ହଜାର ୭୯୦ ଟଙ୍କା ଓ ଗୋଟିଏ ଗ୍ୟାସ ସିଲିଣ୍ଡର, ଗ୍ୟାସ କଟର, ଗ୍ୟାସ ପାଇପ, ଅକ୍ସିଜେନ ସିଲିଣ୍ଡର ଜବତ କରାଯାଇଥିଲା।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories