ପୁତିନଙ୍କୁ ବଡ଼ ଝଟ୍କା.. ମସ୍କୋରେ ବିସ୍ଫୋରଣ, ରୁଷ୍ ଆଣବିକ ସୁରକ୍ଷା ବାହିନୀ ମୁଖ୍ୟ ମୃତ..
ଲୋକସଭାରେ ଆଗତ ହେଲା ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଧେୟକ.. ଆଗତ କଲେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ.. ବିଲ୍ ସପକ୍ଷରେ ୨୬୯ ଭୋଟ୍ ପଡ଼ିଥିବାବେଳେ ବିରୋଧରେ ପଡ଼ିଛି ୧୯୮ ଭୋଟ୍.. ଏହାପରେ ଯୁଗ୍ମ ସଂସଦୀୟ କମିଟିକୁ ଗଲା ବିଲ୍..
ଭୁବନେଶ୍ଵର ଏମ୍ସ ହସ୍ପିଟାଲରେ ରୋଗୀଙ୍କ ଆତ୍ମହତ୍ୟା ଅଭିଯୋଗ.. ଅର୍ଥୋପେଡିକ୍ ଓ୍ବାର୍ଡରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର..
ମହାନଦୀରୁ ମିଳିଲା ଅବସରପ୍ରାପ୍ତ ପ୍ରଫେସରଙ୍କ ମୃତଦେହ.. କଟକ ଯୋବ୍ରା ଆନିକଟ ବ୍ୟାରେଜର ୯୩ ନମ୍ବର ଗେଟରେ ଲାଗିଥିଲା ରେଭେନ୍ସା ବିଶ୍ଵବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ବୈଷ୍ଣବ ଚରଣ ସିଂହଙ୍କ ମୃତଦେହ.. ୧୫ ତାରିଖ ଦିନ ସେ ନିଖୋଜ ଥିବା ନେଇ ନନ୍ଦନକାନନ ଥାନାରେ ଏତଲା ଦେଇଥିଲା ପରିବାର..
ଶୀତରୁ ମିଳିବ ସାମାନ୍ୟ ଆଶ୍ବସ୍ତି.. ଆଜିଠୁ ୧୯ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା..



