ବଜ୍ରପାତରେ ୩ ମୃତ.. କୋରାପୁଟ ଜିଲା ଓଡ଼ିଆପେଣ୍ଠ ପଞ୍ଚାୟତ ପର୍ଡିଗୁଡ଼ା ଗାଁରେ ଅଘଟଣ.. ବିଲରେ କାମ କରୁଥିବାବେଳେ ବଜ୍ରପାତର ଶିକାର ହୋଇ ମୃତ୍ୟୁ ଘଟିଥିବା ସୂଚନା.. ଏକାଧିକ ଆହତ..
ଗିରଫ ହେଲେ ଧର୍ମଶାଳା ବ୍ଲକ ଏବିଡିଓ ଅସିତ ପାତ୍ର.. ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ..
ଭୁଜ୍ ଏୟାରବେସକୁ ଉଡାଇଥିବା ଦାବି କରିଥିଲା ପାକିସ୍ତାନ.. ଭୁଜ୍ ଗସ୍ତ କରି ପାକିସ୍ତାନକୁ କଡା ଜବାବ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ..
ଆହୁରି ଥରିବ ପାକିସ୍ତାନ.. ମୋଦୀ ସରକାର ବଢାଇବେ ପ୍ରତିରକ୍ଷା ବଜେଟ୍.. ଭାରତୀୟ ସେନାକୁ ଅଧିକ ସଶକ୍ତ କରିବା ଲାଗି ପ୍ରତିରକ୍ଷା ବଜେଟକୁ ୫୦ହଜାର କୋଟିକୁ ବୃଦ୍ଧି କରିପାରନ୍ତି ମୋଦୀ ସରକାର.. ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ..
ଆସନ୍ତା ମାସରେ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ.. ଓଡ଼ିଶାରେ ବିଜେପି ସରକାରର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ପ୍ରଧାନମନ୍ତ୍ରୀ.. ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା..



