www.samajalive.in
Saturday, December 6, 2025
14.1 C
Bhubaneswar

ଭୁବନେଶ୍ବରରୁ ଆଉ ୫୨ ପଜିଟିଭ୍ ଚିହ୍ନଟ, ୧୧୮୨ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରୁ ଆଉ ୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।  ତନ୍ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୩୪ ଜଣ ଚିହ୍ନଟ ହୋଇଥିବାବେଳେ ୧୮ ଜଣ ଲୋକାଲ କେସ ବୋଲି ଜଣାଯାଇଛି । ଆଜି ଚିହ୍ନଟ ୫୨ଜଣଙ୍କୁ ମିଶାଇ ଭୁବନେଶ୍ୱରରେ ମୋଟ ପଜିଟିଭ ସଂଖ୍ୟା ୧୧୮୨କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ୫୨୩ ଜଣ ସୁସ୍ଥ ଓ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆକ୍ଟିଭ କେସ ୬୪୬ ଥିବା ଜଣାଯାଇଛି ।

- Advertisement -

 

ଆଜି ଚିହ୍ନଟ ହୋଇଥିବା କ୍ୱାରେଣ୍ଟାଇନ କେନ୍ଦ୍ରରୁ ଆକ୍ରାନ୍ତଙ୍କ ମଧ୍ୟରୁ ଆଆରସି ଭିଲେଜ ଅଞ୍ଚଳରୁ ୨ଜଣ , ନୀଳାନ୍ଦ୍ରି ବିହାରରୁ ୨ଜଣ, ମଞ୍ଚେଶ୍ୱର ରୁ ୨ଜଣ,ନୟାପଲ୍ଲୀରୁ ୨ଜଣ , ଶାଲିଆ ସାହି, ଲକ୍ଷ୍ମୀସାଗର , ଝାରପଡ଼ା, ନୂଆଗାଁ , ଶୈଳଶ୍ରୀ ବିହାର , ୟୁନିଟ -୧ , ଭୀମଟାଙ୍ଗୀ , ରବିଟକିଜ ଓ ଟଙ୍କପାଣିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶହିଦ ନଗରରୁ ୮ଟି କେସ୍ , ଏକ ଘରୋଇ ଡ଼ାକ୍ତରଖାନାରୁ ୬ଟି କେସ୍ , ଏକ ଘରୋଇ ହସ୍ପିଟାଲର ଜଣେ ମହିଳା, ଅନ୍ୟ ଏକ ଘରୋଇ ଡ଼ାକ୍ତରଖାନାର ଜଣେ କର୍ମଚାରୀ ପୂର୍ବରୁ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ ।
ସେହିପରି ଆଜି ଚିହ୍ନଟ ହୋଇଥିବା ସ୍ଥାନୀୟ ଆକ୍ରାନ୍ତଙ୍କ ମଧ୍ୟରୁ ଚନ୍ଦ୍ରଶେଖରପୁରରୁ ୩ଜଣ ,ନୂଆପଲ୍ଲୀ , ଅଶୋକନଗର , ହଳଦୀପଡ଼ାବସ୍ତି, ରସୁଲଗଡ଼ , ୟୁନିଟ-୮ , ଡ଼ୁମୁଡ଼ୁମା , ଜାଗମରା , ଘାଟିକିଆ , ଆଇଆରସି ଭିଲେଜ, ଏକ ଘରୋଇ ହସ୍ପିଟାଲର ଜଣେ ଛାତ୍ରୀ, ରବିଟକିଜ , ଚିନ୍ତାମଣିଶ୍ୱର , ସାମନ୍ତରାପୁର, ଶୈଳଶ୍ରୀ ବିହାର , ବଡ଼ଗଡ଼ ଅଞ୍ଚଳରୁ ଜଣେ ଲେଖାଏଁ ଆ୍ରକାନ୍ତ ଚିହ୍ନଟ ହୋଇଛନ୍ତି ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories