www.samajalive.in
Saturday, December 6, 2025
16.1 C
Bhubaneswar

ପୁଣି ଅଲୋଡ଼ା ଶିଶୁ କନ୍ୟା, ମାତୃତ୍ଵ ଉପରେ ପୁଣି ଲାଗିଲା କଳଙ୍କ !

ଫୁଲବାଣୀ : ପୁଣି ଅଲୋଡ଼ା ଶିଶୁ କନ୍ୟା, ମାତୃତ୍ଵ ଉପରେ ପୁଣି ଲାଗିଲା କଳଙ୍କ ! ଏପରି ଏକ ଅଭାବନୀୟ ଘଟଣା ଦେଖି ବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ରତଙ୍ଗ ପଞ୍ଚାୟତରେ ରତଙ୍ଗ ଗ୍ରାମ କାଳୀ ମନ୍ଦିର ପାଖ କେନାଲରେ। ସୂଚନା ମୁତାବକ କୌଣସି ଏକ ଅଜଣା ମହିଳା ରାତି ସମୟରେ ଗୋଟିଏ ଶିଶୁ କନ୍ୟା ଜନ୍ମ ଦେଲା ପରେ କାଳୀ ମନ୍ଦିର ରୂ ମାତ୍ର ୨୦.ରୂ ୨୫ ମିଟର ଦୂରରେ ଥିବା କେନାଲରେ ଫିଙ୍ଗି ଦେଇ ଚାଲି ଯାଇଥିବା ଅନୁମାନ କରାଯାଉଛି। ତେବେ ଏହା ଏକ ଅବୈଧ ସମ୍ପର୍କ କିମ୍ଵା ପ୍ରେମ ଜନିତ ସମ୍ପର୍କରୁ ହୋଇ ଥାଇ ପାରେ ବୋଲି ଅନୁମାନ କରାଯାଉଛି। ପ୍ରଶ୍ନ ଉଠୁଛି ସରକାର ଶିଶୁ କନ୍ୟା ପ୍ରତି ବିଭିନ୍ନ ପଦକ୍ଷେପ ନେଉଥିଲା ବେଳେ ଫିରିଙ୍ଗିଆ ଅଞ୍ଚଳରେ ଏକାଧିକ ଶିଶୁ କନ୍ୟା ବାହାରେ ଫିଙ୍ଗା ଯିବା ଘଟଣାକୁ ଅଞ୍ଚଳ ବାସୀ ତୀବ୍ର ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି । ଅନ୍ୟପଟେ ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓ ଘଟଣା ସ୍ଥଳରେ ପହଞ୍ଚିବା ସହ ଘଟଣାର ତଦନ୍ତ ଚାଲୁ ରହିଥିବା କହିଛନ୍ତି। ପୂର୍ବରୁ ଫିରିଙ୍ଗିଆ ମେଡିକାଲ ପଛପଟେ ଜୀବନ୍ତ ଶିଶୁ କନ୍ୟା ଉଦ୍ଧାର କରି ଥିବା ବେଳେ ବର୍ତମାନ ରତଙ୍ଗ ନାଳ ରେ ମୃତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories