www.samajalive.in
Saturday, December 6, 2025
15.1 C
Bhubaneswar

ମଥୁରାରେ ଚାଞ୍ଚଲ୍ୟ ; ଅପହରଣ ପରେ ଦୁଇ ବନ୍ଧୁଙ୍କୁ ଗଳା କାଟି ହତ୍ୟା ଅଭିଯୋଗ

ମଥୁରା : ରବିବାର ଉତ୍ତରପ୍ରଦେଶର ମଥୁରା ଜିଲ୍ଲାରେ ଦୁଇ ବନ୍ଧୁଙ୍କ ମୃତଦେହ ଉଦ୍ଧାର ହୋଇଛି। ଏହି ଡବଲ ମର୍ଡର ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକଙ୍କ ନାମ ହେଉଛି ପପୁ ଏବଂ ଚନ୍ଦନ।

ମିଳିଥିବା ସୂଚନା ଅନୁଯାୟୀ, ଦୁଇ ବନ୍ଧୁ ଗତ ଶୁକ୍ରବାର ଠାରୁ ନିଖୋଜ ଥିଲେ। ଉଭୟଙ୍କୁ ଅପହରଣ କରାଯାଇଥିବା ନେଇ ସେମାନଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ। ପୁଲିସ କ୍ରମାଗତ ଭାବେ ଉଭୟଙ୍କୁ ଖୋଜୁଥିଲା। ଆଜି ଉଭୟଙ୍କ ମୃତଦେହ ମିଳିବା ପରେ ଯୋଜନାବଦ୍ଧ ଭାବେ ସେମାନଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଏହି ଘଟଣା ସମ୍ପର୍କରେ ଖବର ଦେଇଥିବା ଦୁଇ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି। ହତ୍ୟାକାଣ୍ଡ ସମୟରେ ଉଭୟ ବନ୍ଧୁ ନିଶାସକ୍ତ ଅବସ୍ଥାରେ ଥିଲେ ବୋଲି ଅଟକ ଯୁବକ ପୁଲିସକୁ ବୟାନ ଦେଇଛନ୍ତି। ହତ୍ୟାକାଣ୍ଡ ସମ୍ପର୍କରେ ଆହୁରି ଅଧିକ ସୂଚନା ପାଇଁ ପୁଲିସ ଖୋଳତାଡ ଜାରି ରଖିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories