www.samajalive.in
Saturday, December 6, 2025
16.1 C
Bhubaneswar

ତିହାର ଜେଲରେ ବ୍ୟାପୁଛି କରୋନା ; ୫୨ କଏଦୀ, ୭ ଜେଲ କର୍ମଚାରୀ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଦ୍ରୁତଗତିରେ ମାଡିଚାଲିଛି। ଏଭଳି ପରିସ୍ଥିତିରେ ଦେଶର ସର୍ବାଧିକ ସଂଖ୍ୟକ କଏଦୀ ରହୁଥିବା ତିହାର ଜେଲରେ ଏବେ କୋଭିଡ ସଂକ୍ରମଣ ବ୍ୟାପିବାରେ ଲାଗିଛି। ଜେଲରେ ରହୁଥିବା କଏଦୀମାନଙ୍କ ମଧ୍ୟରୁ ୫୨ ଜଣ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି। ଏଥିସହିତ ଉକ୍ତ ଜେଲର ୭ଜଣ କର୍ମଚାରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜେଲ୍‍ ଡାକ୍ତର ଅନ୍ତର୍ଭୁକ୍ତ।
ସଂକ୍ରମିତ କଏଦୀଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ହୋଇପଡିବାରୁ ସେମାନଙ୍କୁ ଲୋକନାୟକ ହସପିଟାଲ ଏବଂ ଅନ୍ୟ ୩୨ ଜଣଙ୍କୁ ଅନ୍ୟ ଦୁଇଟି ହସପିଟାଲରେ ଭର୍ତ୍ତି କରାଯାଇଛି। ଅବଶିଷ୍ଟ ୧୭ ସଂକ୍ରମିତ କଏଦୀଙ୍କୁ ଜେଲ ପରିସରରେ ପୃଥକବାସରେ ରଖାଯାଇଛି। ସେହିଭଳି ସଂକ୍ରମିତ ହୋଇଥିବା ୭ ଜେଲ କର୍ମଚାରୀ ବାହାରେ କ୍ୱାରାଣ୍ଟାଇନରେ ରହିଛନ୍ତି। ସଂପ୍ରତି ତିହାର ଜେଲର କ୍ଷମତା ୧୦,୦୨୬ ହୋଇଥିବାବେଳେ ଏଠାରେ ପ୍ରାୟ ୨୦ ହଜାରରୁ ଅଧିକ କଏଦୀ ରହୁଥିବା ଜଣାଯାଇଛି। ଇତିମଧ୍ୟରେ ତିହାର ଜେଲ ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲ କହିଛନ୍ତି, ଜେଲ ଭିତରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories