www.samajalive.in
Saturday, December 6, 2025
19.1 C
Bhubaneswar

ପ୍ରଚାର ଉପରେ କଟକଣା ପରେ ଧାରଣାରେ ବସିଲେ ମମତା

କଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରଚାର ଉପରେ ନିର୍ବାଚନ ଆୟୋଗ ୨୪ ଘଣ୍ଟା ପର୍ଯ୍ୟନ୍ତ କଟକଣା ଲାଗୁ କରିଛନ୍ତି। ଏହି ନିଷ୍ପତ୍ତି ବିରୋଧରେ ମମତା ମଙ୍ଗଳବାର ଧାରଣାରେ ବସିଛନ୍ତି। କଲକାତାରେ ଗାନ୍ଧୀ ମୂର୍ତ୍ତି ନିକଟରେ ମମତା ଧାରଣା ଦେଇଛନ୍ତି। ହିନ୍ଦୁ-ମୁସଲମାନଙ୍କୁ ନେଇ ମମତାଙ୍କ ମନ୍ତବ୍ୟ ପରେ ନିର୍ବାଚନ ଆୟୋଗ ତାଙ୍କ ପ୍ରଚାର ଉପରେ କଟକଣା ଲାଗୁ କରିଥିଲେ।

ଗତ ୮ ତାରିଖରେ ହୁଗୁଳିରେ ମମତା ନିର୍ବାଚନୀ ପ୍ରଚାର ପାଇଁ ଦଳ ପକ୍ଷରୁ ଆୟୋଜିତ ଏକ ଜନସଭାରେ ଯୋଗଦେଇ ମୁସଲମି ଭୋଟଗୁଡ଼ିକୁ ବିଭାଜନ ନ କରିବାକୁ ମନ୍ତବ୍ୟ ଦେଇଥିଲେ। ଏହି ମନ୍ତବ୍ୟ ଉପରେ ନିର୍ବାଚନ ଆୟୋଗ ତାଙ୍କ ଉପରେ କଟକଣା ଲାଗୁ କରିଥିଲେ। ଏପ୍ରିଲ ୧୨ ରାତି ୮ଟାରୁ ଏପ୍ରିଲ ୧୩ ରାତି ୮ଟା ପର୍ଯ୍ୟନ୍ତ ମମତା କୌଣସି ପ୍ରକାର ନିର୍ବାଚନୀ ପ୍ରଚାରରେ ଯୋଗଦେଇପାରିବେ ନାହିଁ ବୋଲି ନିର୍ବାଚନ ଆୟୋଗ ନିର୍ଦେଶ ଦେଇଥିଲେ। ଏହା ପ୍ରତିବାଦରେ ମମତା ଧାରଣା ଦେଇଛନ୍ତି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories