www.samajalive.in
Saturday, December 6, 2025
19.1 C
Bhubaneswar

ଜାଲ ନୋଟ କାରବାରରେ ରେଳବାଇ କର୍ମଚାରୀ ଗିରଫ, ୫୭ ହଜାର ଟଙ୍କା ଜାଲ ନୋଟ ଜବତ

ବ୍ରଜରାଜନଗର: ବ୍ରଜରାଜନଗର ଥାନା ଅନ୍ତର୍ଗତ ଚାନ୍ଦନୀ ଚୌକ ଅଞ୍ଚଳର ଏକ ଭଡା ଘରୁ ପୁଲିସ ୫୭ ହଜାର ଟଙ୍କା ଜାଲ ନୋଟ୍‌ ଜବତ କରିବା ସହିତ ଏହି ଘଟଣାରେ ଜଣେ ରେଳବାଇ ଅଧିକାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ରମଣ କୁମାର ରଜକ। ରମଣ ବ୍ରଜରାଜନଗର ରେଳ ଷ୍ଟେସନରେ ବରିଷ୍ଠ ବାଣିଜ୍ୟ ତଥା ଆରକ୍ଷଣ କିରାଣୀ ଭାବେ କାର୍ଯ୍ୟରତ ଥିବା ବେଳେ ସେ ମଧ୍ୟପ୍ରଦେଶ ସହଡୋଲର ମୂଳ ବାସିନ୍ଦା ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ବ୍ରଜରାଜନଗର ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରମଣ ରଜକ ରହୁଥିବା ଭଡା ଘରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ପୁଲିସ ଏକ କଳା ବ୍ୟାଗରେ ୧୧୪ଟି ୫୦୦ ଟଙ୍କିଆ ଜାଲ ନୋଟ ଜବତ କରିଥିଲା। ୧୧୪ଟି ଜାଲ ନୋଟ ମଧ୍ୟରେ ୫୨ଟି ୫ପିବି୪୧୭୭୮୪ ଓ ୬୨ଟି ୮ଟିଏନ୧୫୭୨୧୦ ସମାନ ନମ୍ବରର ୫୦୦ ଟଙ୍କିଆ ରହିଛି। ସେପଟେ ଛତିଶଗଡ଼ ରାଜ୍ୟର ବିଳାସପୁର-ଦୁର୍ଗ ଅଞ୍ଚଳରେ ରହୁଥିବା ଜଣେ ସମ୍ପର୍କୀୟ ଭାଇଙ୍କଠାରୁ ୨୦ ହଜ଼ାର ଟଙ୍କା ବଦଳରେ ୫୭ ହଜ଼ାର ଟଙ୍କା ଜାଲ ନୋଟ ଆଣିଥିବା ରମଣ ପୁଲିସକୁ କହିଥିବା ସୂଚନା ମିଳିଛି। ତେବେ କେତେଦିନ ଧରି ଜାଲ ନୋଟ କାରବାର ଚାଲିଥିଲା ଓ ଏଥିରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ଏହାକୁ ନେଇ ପୁଲିସ ତଦନ୍ତ କରୁଛି ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories