www.samajalive.in
Saturday, December 6, 2025
26.1 C
Bhubaneswar

ସମ୍ପର୍କୀୟଙ୍କୁ ନିଯୁକ୍ତି ଦେବା ମହଙ୍ଗା ପଡ଼ିଲା, କେରଳ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା

ଥିରୁଭାନନ୍ଥପୂରମ: ପଦବୀର ଅପବ୍ୟବହାର କରି ନିଜ ସମ୍ପର୍କୀୟଙ୍କୁ ନିଯୁକ୍ତି ଦେବା କେରଳ ଉଚ୍ଚ ଶିକ୍ଷା ମନ୍ତ୍ରୀ କେ.ଟି. ଜଲୀଲଙ୍କ ପାଇଁ ମହଙ୍ଗା ପଡ଼ିଛି। ଏହି ମାମଲାରେ ଲୋକାୟୁକ୍ତଙ୍କ କୋର୍ଟରେ ଜଲୀଲ ଦୋଷୀ ସାବ୍ୟସ୍ତ ହେବା ପରେ ସେ ମଙ୍ଗଳବାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି।

ଏହା ପରେ ଜଲୀଲ ତାଙ୍କ ଇସ୍ତଫାପତ୍ରକୁ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ନିକଟକୁ ପଠାଇ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏହାକୁ ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି। ନିକଟରେ ଲୋକାୟୁକ୍ତ ଉକ୍ତ ମାମଲାର ରାୟ ଶୁଣାଇଥିଲେ। ଏହା ବିରୋଧରେ ଜଲୀଲ ଗତକାଲି କେରଳ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ସହିତ ଲୋକାୟୁକ୍ତଙ୍କ ଆଦେଶ ଉପରେ ସ୍ଥଗିତାଦେଶ ଜାରି କରିବାକୁ ଅନୁରୋଧ କରିଥିଲେ।

- Advertisement -

ସୂଚନାଯୋଗ୍ୟ, ୨୦୧୮ରେ ମୁସଲିମ ୟୁଥ ଲିଗ୍‌ର ଜଣେ ନେତା ଜଲୀଲଙ୍କ ବିରୋଧରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଜଲୀଲ ପଦବୀର ଅପବ୍ୟବହାର କରି ତାଙ୍କର ଜଣେ ସମ୍ପର୍କୀୟ ଭାଇଙ୍କୁ କେରଳ ଷ୍ଟେଟ୍‌ ମାଇନରିଟିଜ ଡେଭେଲପମେଣ୍ଟ ଫାଇନାନ୍ସ କର୍ପୋରେଶନର ଜେନେରାଲ ମ୍ୟାନେଜର ଭାବେ ନିଯୁକ୍ତ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories