ଲକଡ଼ାଉନରେ ଚାଲିଛି ଗଞ୍ଜେଇ ଚୋରା ଚାଲାଣ; ୫୦୦ କିଲୋ ଜବତ
ଲକଡ଼ାଉନରେ ଗଞ୍ଜେଇ କାରବାର ବଢ଼ିବାରେ ଲାଗିଛି । ସାରା ଦେଶରେ ଲକ୍ଡ଼ାଉନ ସମୟରେ ଯେତେ ଗଞ୍ଜେଇ ଜବତ ହୋଇଛି ତାହାର ହିସାବ କଲେ ନୂଆ ରେକର୍ଡ଼ ସୃଷ୍ଟି ହେବ । ଏତେ ପରିମାଣର ଗଞ୍ଜେଇ ଦେଶରେ କେବେ ଜବତ ହୋଇ ନ ଥିଲା । କେବଳ ଓଡ଼ିଶା, ଝାଡ଼ଖଣ୍ଡ କି ଆନ୍ଧ୍ରପ୍ରଦେଶ ନୁହେଁ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ମଧ୍ୟ ଗଞ୍ଜେ୍ଇ କାରବାର ବଢ଼ିଛି । ଗୁରୁବାର ବିଳମ୍ବିତ ରାତିରେ ମେଘାଳୟ ପୁଲିସ ୫୦୦ କିଲୋ ଗଞ୍ଜେଇ ଜବତ କରିଛି ।
କରୋନା ସମୟରେ ଅନୁମତିପ୍ରାପ୍ତ ଜରୁରୀ ସାମଗ୍ରୀ ମଧ୍ୟରେ ଗଞ୍ଜେଇ ଆଦୌ ଅନ୍ତର୍ଭୁକ୍ତ ନୁହେଁ ବୋଲି କହିଛି ମେଘାଳୟ ପୁଲିସ। ଆମକୁ କ୍ଷମା କରିବେ, କିନ୍ତୁ ଗଞ୍ଜେଇ ଜବତ କରିବା ଆମ ଦାୟିତ୍ବ ବୋଲି ମେଘାଳୟ ପୁଲିସ ଏକ ଟ୍ବିଟ୍ କରି କହିଛି ।
Weed like to inform the general public that, of all the Essential items permitted in the times of #Corona, Marijuana ain’t one of them.
Sorry for our bluntness, but that’s just how we roll! ?
Kudos to @RibhoiPolice for intercepting a Truck carrying 500 KGs of Marijuana. pic.twitter.com/bhgfvZO4S1
— Meghalaya Police (@MeghalayaPolice) July 17, 2020
Comments are closed.