www.samajalive.in
Sunday, December 7, 2025
14.1 C
Bhubaneswar

ଶିଶୁଦିବସରେ ଲଜ୍ଜା; ୫ ବର୍ଷର ଶିଶୁକୁ ଦୁଷ୍କର୍ମ ଅଭିଯୋଗ

ଠାକୁରମୁଣ୍ଡା : ପିଲାଙ୍କ ପାଇଁ ଦିନଟିଏ କହି ସାରା ରାଜ୍ୟରେ ଗୁରୁବାର ଶିଶୁଦିବସ ପାଳନ କରାଯାଉଥିବା ବେଳେ ମୟୁରଭଞ୍ଜ ଜିଲାରେ ଏହି ଦିନରେ ଏକ ଅମାନୁସିକ ଘଟଣା ଘଟିଛି। ଏକ ୫ ବର୍ଷର ଶିଶୁକୁ ଜଣେ ୪୭ ବର୍ଷୀୟ ବ୍ୟକ୍ତି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, କରଞ୍ଜିଆ ଥାନା ଅନ୍ତର୍ଗତ ବୋଳା ଗ୍ରାମପଞ୍ଚାୟତ ଅଞ୍ଚଳର ପୂରେନ୍ଦ୍ର ମହାନ୍ତ(୪୭) ନାମକ ବ୍ୟକ୍ତି ସେହି ଅଞ୍ଚଳର ଏକ ଶିଶୁ କନ୍ୟାକୁ ଘରେ କେହି ନଥିବା ସମୟରେ ଦୁଷ୍କର୍ମ କରିଥିଲା। ଏନେଇ ପୀଡ଼ିତା ପରିବାର ଲୋକଙ୍କୁ କହିବା ପରେ ସେମାନେ ଗତକାଲି ରାତିରେ କରଞ୍ଜିଆ ଥାନାରେ ଅଭିଯୋଗ କରିଥିଲେ। କରଞ୍ଜିଆ ପୁଲିସ କେସ୍ ନଂ ୧୭୩/୧୯, ପୋକ୍ସୋ ଆଇନ ୩୭୬ରେ ମାମଲା ରୁଜୁ କରି ଅଭିଯୁକ୍ତ ପୂରେନ୍ଦ୍ର ମହାନ୍ତକୁ କରଞ୍ଜିଆ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ପୀଡିତା ଶିଶୁ କରଞ୍ଜିଆ ମେଡିକାଲରେ ଚିକିତ୍ସିତ ଥିବା ଜଣାପଡ଼ିଛି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories