www.samajalive.in
Monday, December 15, 2025
17.1 C
Bhubaneswar

୫-ଟି ସଚିବଙ୍କ ଜନ ଶୁଣାଣୀ ପାଇଁ ପ୍ରଶାସନିକ ପ୍ରସ୍ତୁତି

ଚୌଦ୍ୱାର  : ଆସନ୍ତା ୮ତାରିଖ ଦିନ ୫-ଟି ସଚିବଙ୍କ ଚୌଦ୍ୱାର ଆଗମନ ଓ ଜନ ଶୁଣାଣୀ କାର୍ଯ୍ୟକ୍ରମକୁ ନେଇ ପ୍ରଶାସନିକସ୍ତରରେ ପ୍ରସ୍ତୁତି ଆରମ୍ଭ କରାଯାଇଛି । ଜିଲାପାଳ ଭବାନୀ ଶଙ୍କର ଚୟନୀ ଶନିବାର ଦିନ ଚୌଦ୍ୱାର ଆସି ଗୋପବନ୍ଧୁ ହାଇସ୍କୁଲ ପଡ଼ିଆରେ ଜନ ଶୁଣାଣୀ ପାଇଁ ନିର୍ମାଣ କରାଯାଇଥିବା ଅସ୍ଥାୟୀ ସଭାସ୍ଥଳୀ, ବିଦ୍ୟୁତ୍ ବ୍ୟବସ୍ଥା, ଡେଲିପ୍ୟାଡ଼, ବ୍ୟାରିକେଡ଼ ଆଦି ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ। ସଭାର ଆୟୋଜନ ଓ ସଭାସ୍ଥଳରେ ଜନ ସାଧାରଣଙ୍କ ବସିବା, ଯାତାୟତ, ପାନୀୟ ଜଳ ବ୍ୟବସ୍ଥା, ଶାନ୍ତି  ଶୃଙ୍ଖଳା ବଜାୟ ରଖିବା ଆଦି ସମ୍ପର୍କରେ ପୌର ପ୍ରଶାସନ ଓ ସ୍ଥାନୀୟ ପୁଲିସ ଅଧିକାରୀ ମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ। ଏହି ଉପଲକ୍ଷେ ବ୍ୟାଘ୍ରବାହିନୀ ମନ୍ଦିର ନିକଟ ଡାକ ବଙ୍ଗଳାରେ ଆୟୋଜିତ ଏକ ବୈଠକରେ ପୌର ନିର୍ବାହୀ ଅଧିକାରୀ ସଂଜୀବ ମହାପାତ୍ରଙ୍କ ସମେତ ପୁଲିସ୍, ଜନସ୍ୱାସ୍ଥ୍ୟ, ପୁର୍ତ୍ତ, ବିଦ୍ୟୁତ୍ ଆଦି ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories