ଟିଟଲାଗଡ: ଆଜି (ରବିବାର) ଫାଇଭ୍ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଟିଟଲାଗଡ ଜିଲ୍ଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପାଣ୍ଡିଆନଙ୍କ ଗସ୍ତକୁ ନେଇ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଏନେଇ ସହର ସାରା ପୁଲିସ ଛାଉଣୀରେ ପରିଣତ ହୋଇଛି । ଅନ୍ୟପକ୍ଷରେ ଟିଟିଲାଗଡ଼ ଜିଲ୍ଲା ଦାବୀ ତଥା ଅନ୍ୟ ସ୍ଥାନୀୟ ସମସ୍ୟା ନେଇ କଂଗ୍ରେସ ଦଳ ପାଣ୍ଡିଆନଙ୍କ ଗସ୍ତକୁ ବିରୋଧ କରିବା କାର୍ଯ୍ୟକ୍ରମ ରହିଥିଲା । ଏନେଇ କଂଗ୍ରେସ ନେତା ବୀରେନ୍ଦ୍ର ବାଗ ତଥା କଂଗ୍ରେସ କର୍ମୀ ପ୍ରସ୍ତୁତି ଚଳାଇଥିବା ଖବର ପାଇ ଟିଟିଲାଗଡ଼ ଥାନା ଅଧିକାରୀ ଅବନୀ ସାହୁଙ୍କ ନେତୃତ୍ୱରେ ପୁଲିସ୍ ବଳ ପହଞ୍ଚି ଟିଟିଲାଗଡ଼ କଚେରୀ ଛକ ନିକଟରୁ ବୀରେନ୍ଦ୍ର ଏବଂ ତାଙ୍କ ସମର୍ଥକଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି।
Popular Categories



