ଗୁଳି ବେଗରେ ଯାଉଥିବା ୫ ସୁପରବାଇକ୍
ନୂଆଦିଲ୍ଲୀ – ଯୁବ ପୀଢି କେତକ ସୁପର୍ବାଇକ୍କୁ ବେଶ୍ ପସନ୍ଦ କରୁଛନ୍ତି । ସେମାନେ ଏହାର ଲୁକ୍ ସହ ସ୍ପିଡ୍ ଉପରେ ଗୁରୁତ୍ୱ ଦେଉଛନ୍ତି ।ଭାରତରେ ଏପରି କିଛି ସୁପର ବାଇକ୍କୁ ଲଞ୍ଚ କରାଯାଇଛି । ସେମାନଙ୍କ ମଧ୍ୟରୁ ୫ଟି ବାଇକ୍ର ତଥ୍ୟ ନିମ୍ନରେ ବର୍ଣ୍ଣନା କରାଯାଇଛି।
କାଓ୍ୱାସାକି ନିଞ୍ଜା ଏଚ୍୨- ଭାରତୀୟ ବଜାରର କାଓ୍ୱାସାକି ଏହାର ଆଧୁନିକତମ ମଟରସାଇକେଲ୍ କାଓ୍ୱାସାକି ନିଞ୍ଜା ଏଚ୍୨କୁ ଲଞ୍ଚ୍ କରିଛି । ଏହାର ମୂଲ୍ୟ ପ୍ରାୟ୭୯.୯୦ ଲକ୍ଷ ଟଙ୍କା । ୯୯୮ ସିସିର ଏହି ମଟର ସାଇକେଲ୍ ମାତ୍ର ଗୋଟିଏ ସେକେଣ୍ଡରେ ଗୁଳି ବେଗରେ ଗତି କରିପାରିବ ।ଏଥିରେ ୬ ସ୍ପିଡ୍ ରିଟନ୍ ଟ୍ରାନ୍ସ ମିସନ୍ ରହିଛି । ପ୍ରତି ଲିଟରର ଏହା ସର୍ବାଧିକ ୧୮ କିଲୋମିଟର ମାଇଲେଜ୍ ଦେଇପାରେ ।
ସୁଜୁକି ହାୟାବୁସା- ସୁଜୁକି ପକ୍ଷରୁ ସୁଜୁକି ହାୟାବୁସାକୁ ଭାରତରେ ଲଞ୍ଚ୍ କରାଯାଇଛି । ସାରା ବିଶ୍ୱରେ ସୁଜୁକି ହାୟାବୁସା ବେଶ୍ ଲୋକପ୍ରିୟତା ହାସଲ କରିଛି । ଏହା୧୩୪୦ ସିସିର ମଟର ସାଇକେଲ୍ । ଏହାର ମୂଲ୍ୟ ପ୍ରାୟ ୧୭ ଲକ୍ଷ ଟଙ୍କା ।
ବିଏମ୍ଡବ୍ଲୁ୧୦୦୦ ଆର୍ଆର୍ – ଏହା ଏକ ଫ୍ଲାଗ୍ ସିପ୍ ମଟର ସାଇକେଲ୍ । ଏହାର ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ୯୯୯ ସିସି ବିଶିଷ୍ଟ ଏହି ମୟର ସାଇକେଲ୍ ୧୬୨.୨୬ ବିଏଚ୍ପି ପାଓ୍ୱାର ଜେନେରେଟ୍ କରିପାରେ ।
ଡୁକାଟି ପାନିଗେଲ୍ ଭି୪ – ଏହାର ମୂଲ୍ୟ ପ୍ରାୟ ୨୭ ଲକ୍ଷ ୫୦ ହଜାର ଟଙ୍କା । ଲୁକ୍ସ ପାଇଁ ଯୁବପୀଢି ଏହାକୁ ବେଶ୍ ପସନ୍ଦ କରୁଛନ୍ତି । ୧୧୦୩ ସିସି ବିଶିଷ୍ଟ ଏହି ମଟରସାଇକେଲ୍ ୨୧୨ ବିଏଚ୍ପି ପାଓ୍ୱାର ଜେନେରେଟ୍ କରୁଛି ।
ହେଣ୍ଡା ସିବିଆର୍ ୧୦୦୦ ଆର୍ଆର୍ – ଏହା ବେଶ୍ ଲୋକପ୍ରିୟ ସୁପର ବାଇକ୍ । ଏହାର ନୂଆ ଭାରିଆଣ୍ଟ୍ ଏବେ ବଜାରରେ ଉପଲବ୍ଧ । ୨୩ ଲକ୍ଷ ୭୪ ହଜାର ଟଙ୍କା ବିଶିଷ୍ଟ ଏହି ମଟର ସାଇକେଲ୍ ୧୦୦୦ ସିସି ବିଶିଷ୍ଟ ।
Comments are closed.