www.samajalive.in
Saturday, December 13, 2025
23.1 C
Bhubaneswar

ଦୁର୍ଘଟଣା ପରେ କାର ସହ ଜଳିଗଲେ ପରିବାରର ୫ ସଦସ୍ୟ

ଆଗ୍ରା: ଟ୍ରକ୍‌କୁ ଧକ୍କା ଦେବା ପରେ ଏକ କାରରେ ନିଆଁ ଲାଗିଯିବା ସହିତ ସେଥିରେ ଥିବା ଗୋଟିଏ ପରିବାରର ୫ ସଦସ୍ୟ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଶନିବାର ସକାଳେ ଏଭଳି ଏକ ଛାତିଥରା ଘଟଣା ଘଟିଛି ଉତ୍ତର ପ୍ରଦେଶର ବାଗୱାଲା ଥାନା ଅଞ୍ଚଳରେ।

ସୂଚନା ଅନୁସାରେ, ନୟାଗାଓଁ ଥାନା ଅଞ୍ଚଳର ସୁନୀଲ କୁମାର ନାମକ ବ୍ୟକ୍ତି ପରିବାରର ଅନ୍ୟ ସଦସ୍ୟମାନଙ୍କ ସହିତ କାର୍‌ରେ ଦିଲ୍ଲୀରୁ ନିଜ ଗାଁ ଅମରୋହା ଆସୁଥିଲେ। ବାଗୱାଲା ଥାନା ହିମ୍ମତପୁର ଗାଁ ନିକଟରେ ଦ୍ରୁତଗତିରେ ତାଙ୍କ କାର୍‌ ରାସ୍ତା ଉପରେ ଛିଡ଼ା ହୋଇଥିବା ଏକ ଡମ୍ପର ପଛକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ କାରରେ ନିଆଁ ଲାଗିଯାଇଥିଲା। କାର ଭିତରେ ଥିବା ଲୋକମାନଙ୍କ ଚିତ୍କାର ଶୁଣି ଆଖପାଖର ଲୋକେ ସେଠାକୁ ଦୌଡ଼ି ଆସିଥିଲେ। କିନ୍ତୁ ସେତେବେଳକୁ କାର୍‌ରେ ଥିବା ସମସ୍ତ ୫ ଜଣ ଜୀବନ୍ତ ଜଳିଯାଇଥିଲେ। ମୃତକଙ୍କ ମଧ୍ୟରେ ସୁନୀଲ କୁମାର, ତାଙ୍କ ପରିବାରର ଜଣେ ମହିଳା, ଜଣେ ଯୁବକ ଏବଂ ଅନ୍ୟ ୨ ଶିଶୁ ଥିଲେ। ତେବେ ଦୁର୍ଘଟଣା ପରେ ବର୍ଷା ନାମ୍ନୀ ଏକ ଝିଅ କାର୍‌ ଭିତରୁ ଛିଟିକି ବାହାରେ ପଡ଼ିଥିଲେ। ତାଙ୍କ ଅବସ୍ଥା ଗୁରୁତର ରହିଛି।

Hot this week

ଗୋପାଳପୁର କଲେଜରେ ସ୍ଥାପନ ହେବ ଫ୍ରାଟେରନିଟି ପାର୍କ

ବ୍ରହ୍ମପୁର/ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ସ୍ଥିତ ହୋଟେଲ ସି ସାଇଡ...

ବଦଳିପାରେ ମନରେଗା ଯୋଜନାର ନାମ

ସମାଜ ଲାଇଭ ଡ଼େସ୍କ : ଗ୍ରାମୀଣ ସ୍ତରରେ ଶ୍ରମିକ ମାନଙ୍କୁ ରୋଜଗାର...

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

Related Articles

Popular Categories