ନବରଙ୍ଗପୁର : ପାପଡ଼ାହାଣ୍ତି ଗାଁ ଦେଇ ଭବାନୀପାଟଣାକୁ ଯାଇଥିବା ରାସ୍ତା ନିକଟରେ ଥିବା ଆନ୍ଧ୍ର ବ୍ୟାଙ୍କର ଏକ ଏଟିଏମର ସଟର ଭାଙ୍ଗି ଦୁର୍ବୃତ୍ତଙ୍କ ଲୁଟ ଉଦ୍ୟମ ବିଫଳ ହୋଇଥିବା ଶନିବାର ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଏଟିଏମର ସଟର ଭାଙ୍ଗି ଟଙ୍କା ଲୁଟ କରିବାକୁ ଉଦ୍ୟମ କରିଥିଲେ। ମାତ୍ର କୌଣସି କାରଣୁ ସେମାନେ ଏଥିରେ ଅସଫଳ ହୋଇଥିଲେ। ଆଜି ସକାଳେ ସ୍ଥାନୀୟ ଲୋକେ ଏଟିଏମର ସଟର ତଡ଼ା ଯାଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପାପଡ଼ାହାଣ୍ତି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସିସିଟିଭି ଫୁଟେଜ ଯାଞ୍ଚ କରୁଛି।
Popular Categories



