www.samajalive.in
Saturday, December 6, 2025
14.1 C
Bhubaneswar

ଖାଆନ୍ତୁ ଏହି ଫଳ, ନିୟନ୍ତ୍ରିତ ରହିବ କୋଲେଷ୍ଟ୍ରଲ ସ୍ତର

ସାଧାରଣତଃ ଏହା ପ୍ରାୟ ଆମେ ସମସ୍ତେ ଜାଣନ୍ତି ଯେ, ଶରୀରରେ କୋଲେଷ୍ଟ୍ରଲର ମାତ୍ରା ଅଧିକ ହେଲେ ନାନାଦି ମାରାତ୍ମକ ରୋଗ ଦେଖା ଦେଇଥାଏ। ତେଣୁ ଆମେ ଏଥିପ୍ରତି ସତର୍କ ରହିବା ଆବଶ୍ୟକ। ଖାଦ୍ୟ-ପାନୀୟକୁ ନେଇ ସଚେତନତା ଅବଲମ୍ବନ କରିବି ଉଚିତ। କୋଲେଷ୍ଟ୍ରଲର ମାତ୍ରାକୁ ନିୟନ୍ତ୍ରିତ ରଖିବାକୁ ହେଲେ ଦୈନନ୍ଦିନର ଭୋଜନରେ କିଛି ବିଶେଷ ଖାଦ୍ୟ ପଦାର୍ଥକୁ ସାମିଲ କରିବାକୁ ପଡ଼ିବ। ତେବେ ଏପରି ୫ଟି ଫଳ ରହିଛି ଯାହା ଶରୀରରେ କୋଲେଷ୍ଟ୍ରଲର ମାତ୍ରାକୁ ନିୟନ୍ତ୍ରିତ ରଖିବାରେ ବିଶେଷ ଭାବେ ସହାୟକ ହୋଇଥାଏ। ଆସନ୍ତୁ ଜାଣିବା କ’ଣ ସେହି ୫ଟି ଫଳ, ଯାହାକୁ ଖାଇବା ଦ୍ବାରା ଶରୀରରେ କୋଲେଷ୍ଟ୍ରଲର ମାତ୍ରା ନିୟନ୍ତ୍ରଣରେ ରହିଥାଏ –

ସେଓ: ସେଓରେ ପ୍ରୋଟିନ ଏବଂ ଭିଟାମିନ ପ୍ରଚୁର ମାତ୍ରାରେ ରହିଥାଏ। ଏହାକୁ ନିୟମିତ ସେବନ କରିବା ଦ୍ବାରା କୋଲେଷ୍ଟ୍ରଲ କମ୍ ହେବା ସହ ରକ୍ତଚାପ ସମସ୍ୟା ମଧ୍ୟ ଦୂର ହୋଇଥାଏ।
ନାସପାତି: ନାସପାତିରେ ସୁସ୍ଥ ଶରୀର ପାଇଁ ଆବଶ୍ୟକୀୟ ପୋଷକ ତତ୍ତ୍ବ ରହିଥାଏ। ପ୍ରାକୃତିକ ଭିଟାମିନ, ମିନେରାଲ, ଏଞ୍ଜାଇମ୍ ଏବଂ ଆଣ୍ଟିଅକ୍ସିଡେଣ୍ଟ ଆଦି ନାସପାତିରେ ରହିଥାଏ। ଯାହା ଶରୀରରେ କୋଲେଷ୍ଟ୍ରଲର ମାତ୍ରାକୁ ନିୟନ୍ତ୍ରିତ ରଖିଥାଏ।
ଲେମ୍ବୁ: ଖଟା ଫଳରେ ଏଭଳି ଏଜାଇମ୍ ରହିଥାଏ, ଯାହା ମେଟାବଲିଜମକୁ ସକ୍ରିୟ କରି କୋଲେଷ୍ଟ୍ରଲ କମ୍ କରିବାରେ ସାହାଯ୍ୟ କରିଥାଏ। ଲେମ୍ବୁରେ ଥିବା ଫାଇବର ଖାଦ୍ୟରେ ଥିବା ବେକାର କୋଲେଷ୍ଟ୍ରଲକୁ ରକ୍ତରେ ମିଶିବାକୁ ରୋକିଥାଏ। ଏଥିରେ ଥିବା ଭିଟାମିନ-ସି ରକ୍ତବାହକ ନଳିଗୁଡିକୁ ସଫା କରିଥାଏ।
ଅମୃତଭଣ୍ଡା: ହୃଦୟ ଜନିତ ସମସ୍ୟା ଥିବା ଲୋକଙ୍କ ପାଇଁ ଅମୃତଭଣ୍ଡା ଖୁବ୍ ଲାଭକାରୀ ହୋଇଥାଏ। ଏଥିରେ ଫାଇବର, ଭିଟାମିନ-ସି ଏବଂ ଆଣ୍ଟି-ଅକ୍ସିଡେଣ୍ଟ ଭଳି ଅନେକ ପୋଷକ ତତ୍ତ୍ବ ରହିଥାଏ। ଯାହା ଶରୀରରେ ଥିବା ରକ୍ତ ଶିରାଗୁଡିକରେ କୋଲେଷ୍ଟ୍ରଲକୁ ପ୍ରବେଶ କରିବାକୁ ଦେଇନଥାଏ। କୋଲେଷ୍ଟ୍ରଲ ଦ୍ବାରା ଛାତିରେ ସମସ୍ୟା ଦେଖାଦେବା ସହ ଉଚ୍ଚ ରକ୍ତଚାପ ଭଳି ଅନେକ ସମସ୍ୟା ଦେଖାଦେଇଥାଏ।
ଟମାଟୋ: ଏହାକୁ ଖାଇବା ଦ୍ବାରା ହୃଦଘାତର ଭୟ ଦୂର ହୋଇଥାଏ। ଏହା ଶରୀରରେ କୋଲେଷ୍ଟ୍ରଲ ସ୍ତରକୁ ଠିକ୍ ରଖିଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories