www.samajalive.in
Saturday, December 6, 2025
14.1 C
Bhubaneswar

ପରୀକ୍ଷା କେନ୍ଦ୍ରରେ ନକଲି ପରିକ୍ଷାର୍ଥୀ ଚିହ୍ନଟ

ବଲାଙ୍ଗୀର : ସ୍ଥାନୀୟ ପୃଥୀରାଜ ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ପତିତପାବନ ଏକାଡେମିର ଜଣେ ଏକ୍ସ ରେଗୁଲାର ଛାତ୍ରଙ୍କ ବଦଳରେ ଆଉ ଜଣେ ନାବାଳକ ପରୀକ୍ଷା ଦେଉଥିବା ବେଳେ ପରିକ୍ଷକ ଚିହ୍ନଟ କରିଥିଲେ। ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ନେଇ ଆଉ ଜଣେ ନାବାଳକ ପରୀକ୍ଷାକେନ୍ଦ୍ରରେ ପ୍ରବେଶ କରି ପରୀକ୍ଷା ପାଇଁ ବସିିଥିଲେ । ପରୀକ୍ଷକ ଉତ୍ତର ଖାତାରେ ଦସ୍ତଖତ କରିବା ସମୟରେ ଉକ୍ତ ନକଲି ପରିକ୍ଷାର୍ଥୀଙ୍କୁ ଚିହ୍ନଟ କରିଥିବା ବେଳେ ଏନେଇ କେନ୍ଦ୍ର ଅଧିକ୍ଷକଙ୍କୁ ଜଣାଇଥିଲେ । ଉକ୍ତ ନାବାଳକ ଜଣକ ଯେଉଁ ପରିକ୍ଷାର୍ଥୀଙ୍କ ପାଇଁ ପରୀକ୍ଷା ଦେଉଥିଲେ ତାଙ୍କୁ ଚିହ୍ନଟ କରିବା ପରେ ଉଭୟଙ୍କୁ ଟାଉନ ଥାନାରେ ଜିମା ଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ। ଏନେଇ ଅଧିକ୍ଷକ ସୁନୀତାରାଣୀ ସେଠ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ ଉଭୟ ନାବାଳକଙ୍କୁ ଅଟକ ରଖି ପଚାରଉଚୁରା ପରେ ଉଭୟଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରାଯିବ।
ଉକ୍ତ ନକଲି ପରିକ୍ଷାର୍ଥୀ ଜଣକ ଗୁରୁବାର ପ୍ରଥମ ଥର ପାଇଁ କେନ୍ଦ୍ରରେ ବସିଥିଲେ ନା ପୂର୍ବରୁ ସରିଥିବା ତିନୋଟି ବିଷୟର ପରୀକ୍ଷା ଦେଇଛନ୍ତି ସେ ନେଇ କେନ୍ଦ୍ର ଅଧିକ୍ଷକ ସ୍ପଷ୍ଟ ସୂଚନା ଦେଇ ପାରିନଥିଲେ । କେନ୍ଦ୍ରକୁ ପ୍ରବେଶ ପୂର୍ବରୁ ତନ୍ନ ତନ୍ନ କରି କପି ଓ ପରିଚୟ ଯାଞ୍ଚ କରାଯାଏ ତାହା ସତ୍ତେ୍ୱ ପରୀକ୍ଷାକେନ୍ଦ୍ରରେ କିଭଳି ଏହି ନକଲି ପରିକ୍ଷାର୍ଥୀ ଭିତରକୁ ପ୍ରବେଶ କଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories