ସୁନ୍ଦର ତ୍ୱଚା ପାଇଁ ବେଶ ସହାୟକ ଏହି ୫ଟି ଉପାୟ

ସୁନ୍ଦର ଓ ଚମକପ୍ରଦ ତ୍ୱଚା ସଭିଁଙ୍କର ଇଚ୍ଛା। ଏହା ପାଇଁ ବିଭିନ୍ନ ପ୍ରକାର ଜିନିଷର ମଧ୍ୟ ବ୍ୟବହାର ଆମେ କରିଥାଉ। ଜାଣନ୍ତୁ ସେଭଳି କିଛି ସହଜ ଓ ଚମତ୍କାରୀ ଉପାୟ ବିଷୟରେ….
୧- ୨ ଚାମଚ ପୁଦିନା ରସରେ ଅଧ ଚାମଚ ଲେମ୍ବୁରସ ମିଶାନ୍ତୁ। ଏହାକୁ ମୁହଁ ଓ ବେକରେ ଲଗାଇ ୧୫ ମିନିଟ ରଖି ଧୋଇ ଦିଅନ୍ତୁ। ତ୍ୱଚା ପାଇଁ ଏହା ଖୁବ ଲାଭଦାୟକ।
୨- ୧ ଚାମଚ ମହୁରେ ୨ ଚାମଚ ବାଦାମ ଗୁଣ୍ଡ ମିଶାନ୍ତୁ। ଏଥିରେ ଲେମ୍ବୁ ରସ ମଧ୍ୟ ମିଶାନ୍ତୁ। ଏହାକୁ ମୁହଁରେ ଓ ବେକରେ ଲଗାଇ ଭଲ ଭାବେ ମାଲିସ କରନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ। ଏହା ମୁହଁର ଚମକ ବୃଦ୍ଧି ସହ କୋମଳ ଓ ଗୋରା ହୋଇଥାଏ।
୩- ବେସନରେ ଲେମ୍ବୁ ରସ ଓ ଖିର ମିଶାଇ ଫେସ ପ୍ୟାକ ପ୍ରସ୍ତୁତ କରି ମୁହଁରେ ଲଗାନ୍ତୁ। ସମ୍ପୂର୍ଣ୍ଣ ଶୁଖିଯିବା ପରେ ମୁହଁ ଧୋଇ ଦିଅନ୍ତୁ।
୪- ମୁହଁକୁ ଗୋରା କରିବା ପାଇଁ , ବିଭିନ୍ନ ଦାଗ ଦୂର ପାଇଁ , ବ୍ରଣ ସମସ୍ୟା ଦୂର ପାଇଁ ମେଥି ପତ୍ରକୁ ପେଷି ଏହାକୁ ମୁହଁରେ ଲଗାନ୍ତୁ। ୧୦ ମିନିଟ ପରେ ମୁହଁ ଧୋଇ ଦିଅନ୍ତୁ।
୫- ମୂଳାକୁ ପେଷି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାନ୍ତୁ। କିଛି ସମୟ ମୁହଁରେ ରଖି ଏହି ଫେସ ପ୍ୟାକକୁ ଧୋଇ ଦିଅନ୍ତୁ।

 

kalyan agarbati

Comments are closed.