www.samajalive.in
Monday, December 15, 2025
27.1 C
Bhubaneswar

ଖସିପଡ଼ିଲା ହେଲିକପ୍ଟର, ୫ ମୃତ

ସମାଜ ଡିଜିଟାଲ ଡେସ୍କ: ନେପାଳର ନୂଆକୋଟଠାରେ ବୁଧବାର ଅପରାହ୍ନରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ପାଇଲଟଙ୍କ ସମେତ ୫ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏୟାର ଡାଇନାଷ୍ଟିର ଏହି ହେଲିକପ୍ଟରର ଦୁର୍ଘଟଣା ପଛର କାରଣ ଜଣାପଡ଼ିନାହିଁ। ହେଲିକପ୍ଟରଟି କାଠମାଣ୍ଡୁରୁ ରସୁଓ୍ବା ଯାଉଥିଲା। ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ହେଲିକପ୍ଟରଟି ଅପରାହ୍ନ ୧ଟା ୫୪ ମିନିଟରେ ଉଡ଼ାଣ ଆରମ୍ଭ କରିଥିଲା। ଏହାର ୩ ମିନିଟ ପରେ ହେଲିକପ୍ଟର ସହିତ ଯୋଗାଯୋଗ ଚ୍ଛିନ୍ନ ହୋଇଯାଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁ ହେଲିକପ୍ଟର ଖସିପଡ଼ିଥିବା ଅନୁମାନ କରାଯାଉଛି।

ମୃତକଙ୍କ ମଧ୍ୟରୁ ୨ ଜଣ ପୁରୁଷ, ଜଣେ ମହିଳା ଏବଂ ପାଇଲଟ୍‌ଙ୍କୁ ଚିହ୍ନଟ କରାଯାଇଛି। ଆଉ ଏକ ମୃତଦେହ ଜଳିଯାଇଥିବାରୁ ତାହାକୁ ଚିହ୍ନଟ କରାଯାଇପାରି ନାହିଁ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories