www.samajalive.in
Friday, December 5, 2025
27.1 C
Bhubaneswar

ବିନେଶ ଫୋଗତ ଅଯୋଗ୍ୟ ଘୋଷିତ ହେବାକୁ ନେଇ ଏମିତି କହିଲେ ଆନନ୍ଦ ମହିନ୍ଦ୍ରା

ମୁମ୍ବଇ: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ରେ ୫୦ କିଲୋ ମହିଳା କୁସ୍ତି ବର୍ଗରେ ଫାଇନାଲ ମୁକାବିଲା ପୂର୍ବରୁ ଭାରତର ତାରକା ମହିଳା କୁସ୍ତିଯୋଦ୍ଧା ବିନେଶ ଫୋଗତଙ୍କୁ ବଡ଼ ଝଟ୍‌କା ଲାଗିଛି। ଫାଇନାଲ ମୁକାବିଲା ପୂର୍ବରୁ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି। ଏହାଦ୍ଵାରା କେବଳ ବିନେଶ ନୁହେଁ ସାରାଦେଶର କ୍ରୀଡ଼ାପ୍ରେମୀ ବହୁତ ନିରାଶ ହୋଇଛନ୍ତି। ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ଟ୍ୱିଟ୍ କରି ଏହା ଉପରେ ନିରାଶା ବ୍ୟକ୍ତ କରିଛନ୍ତି।

ଫାଇନାଲରେ ଭାରତୀୟ କୁସ୍ତିଯୋଦ୍ଧା ବିନେଶ ଫୋଗତ ଅଯୋଗ୍ୟ ଘୋଷିତ ହେବାପରେ ନିରାଶା ବ୍ୟକ୍ତ କରି ଏକ ପୋଷ୍ଟରେ ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି, ‘‘ଦୟାକରି ଏହାକୁ ଏକ ଦୁଃସ୍ୱପ୍ନ କରିଦିଅନ୍ତୁ।’’ ବୁଧବାର ଭାରତକୁ ନିରାଶ କରିଥିବା ଏହି ନିଷ୍ପତ୍ତିର କିଛି ସମୟ ପରେ ମହିନ୍ଦ୍ରା ଏହି ପୋଷ୍ଟ କରିଥିଲେ। ବିନେଶ ଫୋଗତଙ୍କ ଅଯୋଗ୍ୟତା ବିଷୟରେ ଗଣମାଧ୍ୟମରେ ପ୍ରକାଶିକ ଏକ ଖରବକୁ ଶେୟାର କରି ସେ ନିଜ ପୋଷ୍ଟରେ ଲେଖିଛନ୍ତି, ‘‘ନା! ନା! ନା! ଦୟାକରି ଏହାକୁ ଏକ ଦୁଃସ୍ୱପ୍ନ କରିଦିଅନ୍ତୁ, ଯେଉଁଥିରୁ ମୁଁ ଉଠିଯିବି ଏବଂ ଜାଣିବି ଯେ ଏହା ସତ୍ୟ ନୁହେଁ।’’

- Advertisement -


୨୯ ବର୍ଷିୟା ବିନେଶ ଫୋଗତଙ୍କୁ ଫାଇନାଲ ମୁକାବିଲା ପୂର୍ବରୁ ଅଯୋଗ୍ୟ ଘୋଷଣା କରାଯାଇଛି। କାରଣ ଫାଇନାଲ ଦିନ ଓଜନ ମାପିବା ସମୟରେ ତାଙ୍କ ଓଜନ ୧୫୦ ଗ୍ରାମ ଅଧିକ ଓଜନ ଥିବା ଜଣାପଡ଼ିଛି। ମଙ୍ଗଳବାର ତାଙ୍କ ଓଜନ ୫୦ କିିଲୋ ସୀମା ମଧ୍ୟରେ ଥିଲା। ଏକ ବିଧିବଦ୍ଧ ବିବୃତ୍ତିରେ ଭାରତୀୟ ଅଲିମ୍ପିକ୍ ସଂଘ(ଆଇଓଏ) ଏହି ଅଯୋଗ୍ୟତା ନେଇ ସୂଚନା ଦେଇଥିଲା। ଏଥିସହ ବିନେଶ ଫୋଗତଙ୍କ ଗୋପନୀୟତା ସୁନିଶ୍ଚିତ କରିବାକୁ ସମସ୍ତ ଅନୁରୋଧ କରାଯାଇଥିଲା।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories