www.samajalive.in
Monday, December 15, 2025
27.1 C
Bhubaneswar

ପୁରୁଣାକଟକ ଥାନା ନାକତଳୁ ଲକ୍ଷାଧିକ ଟଙ୍କା ଡକାୟତି

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନାଠାରୁ ମାତ୍ର ଶହେ ମିଟର ଦୂରରେ ଥିବା ଏକ ବିଦେଶୀ ମଦ ଦୋକାନରୁ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ଡକାୟତି ଘଟିଛି। ଡକାୟତି ଦଳ ମଦ ଦୋକାନ ଲୁହା ସଟର କାଟି ନଗଦ ୫ଲକ୍ଷ୫୦ହଜାର ଟଙ୍କା ସହିତ ୨୬ହଜାରଟଙ୍କା ମଦ ଲୁଟିନେଇଥିବା ଜଣାପଡିଛି । ଥାନା ନିକଟରେ ଏଭଳି ଡକାୟତି ଘଟଣା ଘଟିଥିବା ବେଳେ ପୁଲିସ ଘଟଣା ସର୍ମ୍ପକରେ କୌଣସି ସୁରାକ ନପାଇବା ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ମତେ ପୁରୁଣାକଟକ ଥାନା ନାକତଳେ ଚାରିଛକ-ଛତ୍ରଙ୍ଗ ପୂର୍ତବିଭାଗ ରାସ୍ତାରେ ଏକ ଠିପି ବନ୍ଦ ବିଦେଶୀ ମଦ ଦୋକାନ ରହିଛି। ଗତକାଲି ରାତ୍ରୀରେ ଡକାୟତି ଦଳ ମଦ ଦୋକାନ ଲୁହା ସଟରକାଟି ଦୋକାନରୁ ଲକ୍ଷାଧିକ ଟଙ୍କା ସହ ମଦ ଲୁଟିନେଇଥିବା ଜଣାପଡିଛି।ପୁରୁଣାକଟକ ଥାନା ଅଂଚଳରୁ ଗତ କିଛିଦିନ ତଳେ କରଞ୍ଜକଟା ଗ୍ରାମର ଏକ କମ୍ପ୍ୟୁଟର ଦୋକାନ, ଗ୍ରୋସରୀ ଦୋକାନ ସହ ଏକ ବିଦ୍ୟୁତ୍ ଟ୍ରାନସଫର୍ମର ଚୋରି ଘଟଣା କିଛିଦିନ ନପୂରୁଣୁ ଏଭଳି ଆଉ ଏକ ଡକାୟତି ଘଟଣା ଘଟିଛି। ସେହିପରି ଚାରିଛକ ସାପ୍ତାହିକ ହାଟରୁ ନିୟମିତ ଲୋକଙ୍କ ମୋବାଇଲ ଚୋରି ସାଙ୍ଗକୁ ପୁରୁଣାକଟକ ବଜାରରୁ ଚୋରି ଘଟଣା ବୃଦ୍ଧି ପାଉଥିବା ବେଳେ ପୁଲିସର ଢିଲାପଣ ଏହି ଘଟଣାର ପୁନରାବୃତି କରିଛି। ନିୟମିତ ଥାନା ଅଞ୍ଚଳରେ ଚୋରି, ଡକାୟତି ଭଳି ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ବେଳେ ପୁଲିସର ନିଷ୍କ୍ରିୟତା ଯୋଗୁଁ ବିଭାଗ ଉପରୁ ସାଧାରଣ ଲୋକଙ୍କ ଆସ୍ଥା ତୁଟିଛି। ଏ ସର୍ମ୍ପକରେ ପୁରୁଣାକଟକ ଥାନା ସବ ଇନିସପେକ୍ଟର ତୁଳାରାମ ମହାନନ୍ଦିଆଙ୍କୁ ପଚାରିବାରୁ ସେ କହିଲେ ରିପୋର୍ଟକୁ ଭିତ୍ତିରି ତଦନ୍ତ ଚାଲିଛି ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories