www.samajalive.in
Sunday, December 7, 2025
18.1 C
Bhubaneswar

ଚତୁର୍ଥ ପର୍ୟ୍ୟାୟ ସାଧାରଣ ନିର୍ବାଚନ : ୧୨ କୋଟି ୭୯ ଲକ୍ଷରୁ ଊର୍ଦ୍ଧ୍ବ ମତଦାତା

ନୂଆଦିଲ୍ଲୀ : ଚତୁର୍ଥ ପର୍ୟ୍ୟାୟ ସାଧାରଣ ନିର୍ବାଚନ ପାଇଁ ସୋମବାର ମତଦାନ ଅନୁଷ୍ଠିତ ହେବ।​‌ ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏହି ପର୍ୟ୍ୟାୟରେ ୯ଟି ରାଜ୍ୟର ୭୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି ।ଆସନ୍ତାକାଲି ଏହି ପର୍ୟ୍ୟାୟରେ ମହାରାଷ୍ଟ୍ରର ୧୭ଟି, ରାଜସ୍ଥାନ ଓ ଉତ୍ତର ପ୍ରଦେଶର ୧୩ଟି ଲେଖାଏଁ, ପଶ୍ଚିମବଙ୍ଗର ୮ଟି, ମଧ୍ୟପ୍ରଦେଶ ଏବଂ ଓଡ଼ିଶାର ୬ଟି ଲେଖାଏଁ, ବିହାରର ୫ଟି ଏବଂ ଝାଡ଼ଖଣ୍ଡର ୩ଟି ଆସନରେ ମତଦାନ ହେବ । ଜମ୍ମୁ-କାଶ୍ମୀରର ଅନନ୍ତନାଗ ଲୋକସଭା ନିର୍ବାଚନ ମଣ୍ଡଳୀର କୁଲଗାମ୍‍ ଜିଲ୍ଲାରେ ମଧ୍ୟ ଆସନ୍ତାକାଲି ମତଦାନ ଅନୁଷ୍ଠିତ ହେବ । ଶନିବାର ସନ୍ଧ୍ୟାରେ ଏହି ପର୍ୟ୍ୟାୟ ପାଇଁ ପ୍ରଚାର ଶେଷ ହୋଇଛି ।

୧୨ କୋଟି ୭୯ ଲକ୍ଷରୁ ଊର୍ଦ୍ଧ୍ବ ମତଦାତା ୯୪୫ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଦେଶବ୍ୟାପୀ ମତଦାନରେ ସୁବିଧା ପାଇଁ ୧ ଲକ୍ଷ ୪୦ ହଜାର ପୋଲିଂ ବୁଥରେ ଭୋଟ ଗ୍ରହଣ କରାଯିବ।ଓଡିଶାରେ ୬ଟି ସଂସଦୀୟ ଆସନରେ ୫୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୯୫,୧୪,୮୮୩ ମତଦାତା। ଏଥିରେ ସାମିଲ ଅଛନ୍ତି ୪୯,୦୮୫୭୫ ପୁରୁଷ , ୪୬,୦୫୬୯୪ ମହିଳା ଏବଂ ୬୧୫ ଜଣ ତୃତୀୟ ଲିଙ୍ଗର ମତଦାତା। ମୋଟ ୧୦,୭୯୨ ପୋଲିଂ ବୁଥରେ ମତଦାନ ଗ୍ରହଣ କରାଯିବ।

- Advertisement -

ଏହି ପର୍ୟ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରମୁଖ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ,ଏସ୍‍.ଏସ୍‍. ଆଲୁୱାଲିଆ, ବାବୁଲ୍‍ ସୁପ୍ରିୟୋ, ଗଜେନ୍ଦ୍ର ସିଂହ ଶେଖାୱତ୍‍, ପି.ପି. ଚୌଧୁରୀ, ଡକ୍ଟର ସୁବାସ ଭାମ୍ରେ ଏବଂ ସୁଦର୍ଶନ ଭଗତ୍‍ । ସେହିପରି ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପ୍‍ଲ୍‍ ଯାଦବ, ଚଳଚ୍ଚିତ୍ର ଅଭିନେତ୍ରୀ ଉର୍ମିଲା ମାତୋଣ୍ଡକର, ବି.ଜେ.ପି. ବିହାର ଶାଖା ମୁଖ୍ୟ ନିତ୍ୟାନନ୍ଦ ରାୟ, ଆର୍‍ଏଲ୍‍ଏସ୍‍ପି ମୁଖ୍ୟ ଉପେନ୍ଦ୍ର କୁଶ୍‍ୱାହା ଏବଂ ପୂର୍ବତନ ଜେ.ଏନ୍‍.ୟୁ. ଛାତ୍ରନେତା କହ୍ନେୟା କୁମାର ମଧ୍ୟ ନିର୍ବାଚନ ରଣାଙ୍ଗନରେ ଅବତିର୍ଣ୍ଣ ହୋଇଛନ୍ତି।ଓଡ଼ିଶାର ୪୧ଟି ବିଧାନସଭା ନିର୍ବାଚନ ମଣ୍ଡଳୀପାଇଁ ଆସନ୍ତାକାଲି ମତଦାନ ହେବ । ଏଥିସହ ମଧ୍ୟପ୍ରଦେଶର ଛିନ୍ଦ୍‍ୱାରା ବିଧାନସଭା ଆସନ ପାଇଁ ଉତ୍ତର ପ୍ରଦେଶର ନିଗାସନ ଏବଂ ପଶ୍ଚିମବଙ୍ଗର କିଷନଗଞ୍ଜ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେବ ।

ଜମ୍ମୁ କାଶ୍ମୀରରେ ମାତ୍ର ଗୋଟିଏ ଆସନରେ ବତଦାନ ହେବ। ଜମ୍ମୁ-କାଶ୍ମୀରର କୁଲ୍‍ଗାମ୍‍ ଜିଲ୍ଲାରେ ପ୍ରାୟ ୩ ଲକ୍ଷ ୪୫ ହଜାର ମତଦାତା ୧୮ ଜଣ ପ୍ରାର୍ଥୀଙ୍କ ପାଇଁ ସେମାନଙ୍କର ମତଦାନ ସାବ୍ୟସ୍ତ କରିବେ । ଏହି ଜିଲ୍ଲା ଅଧୀନରେ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ନୁରାବାଦ୍‍, କୁଲଗାମ୍‍, ହାମ୍‍ଶାଲିବଗ ଏବଂ ଦେବସାର ରହିଛି । ମତଦାନ ପ୍ରକ୍ରିୟା ସକାଳ ୭ଟାରେ ଆରମ୍ଭ ହୋଇ ଅପରାହ୍ଣ ୪ଟାରେ ଶେଷ ହେବ । ଏଥିପାଇଁ ୪୩୩ଟି ପୋଲିଂ ବୁଥ ପ୍ରତିଷ୍ଠା କରାଯାଇଛି। ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ପିଡିପି ସଭାପତି ମେହବୁବା ମୁଫ୍‍ତି, ରାଜ୍ୟ କଂଗ୍ରେସ ସଭାପତି ଜି.ଏ. ମୀର୍‍ ଏବଂ ନେସନାଲ୍‍ କନ୍‍ଫରେନ୍‍ସ୍‍ର ହସନେନ୍‍ ମାସୁଦି ରହିଛନ୍ତି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories