ଅପରାହ୍ନ ୪ଟା ମୁଖ୍ୟ ଖବର

ପଞ୍ଚଭୂତରେ ଲୀନ ହେଲେ ବର୍ଷିୟାନ ଅଭିନେତା ଉତ୍ତମ ମହାନ୍ତି.. ସତ୍ୟନଗର ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ.. ପୁଅ ବାବୁ ସାନ୍ ଦେଲେ ମୁଖାଗ୍ନି..
ବନ୍ଦ ଘରୁ ମିଳିଲା ବାପା-ଝିଅଙ୍କ ମୃତଦେହ.. କଟକ ବାଦାମବାଡ଼ିର ବିକାଶ ଭବନ ନିକଟ ସ୍ନେହଲତା ଆପାର୍ଟମେଣ୍ଟରୁ ଉଦ୍ଧାର ହେଲା ମୃତଦେହ.. ମୃତ୍ୟୁର କାରଣ ଅସ୍ପଷ୍ଟ..
ଉତ୍ତରାଖଣ୍ଡ ବଦ୍ରିନାଥରେ ବଡ଼ ଧରଣର ହିମସ୍ଖଳନ.. ଫସି ରହିଛନ୍ତି ୪୦ ଶ୍ରମିକ..
୨୦୨୪-୨୫ ପାଇଁ ଇପିଏଫଓର ବଡ଼ ନିଷ୍ପତ୍ତି.. ସୁଧ ହାର ଅପରିବର୍ତ୍ତିତ.. ପୂର୍ବପରି ୮.୨୫ ପ୍ରତିଶତ ବଜାୟ ରଖିବାକୁ ନିଷ୍ପତ୍ତି..
ମାର୍ଚ୍ଚ ୮ରେ ‘ସୁଭଦ୍ରା’ର ୨ୟ କିସ୍ତି ଟଙ୍କା.. ବ୍ରହ୍ମପୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଟଙ୍କା ପ୍ରଦାନ କରାଯିବ.. ଟଙ୍କା ବଣ୍ଟନ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ସୂଚନା..
ଭୂକମ୍ପରେ ଥରିଲା ଭାରତ ସମେତ ୪ ଦେଶ.. ଭାରତ, ନେପାଳ, ତିବ୍ଦତ ଏବଂ ପାକିସ୍ତାନର ଅନେକ ଅଞ୍ଚଳ ଭୂକମ୍ପରେ ଥରିଲା.. ଗତ ୨୪ ଘଣ୍ଟାରେ ଆସାମରୁ ପାକିସ୍ତାନ ମଧ୍ୟରେ ୪ ଥର ଭୂକମ୍ପ ଝଟକା ଅନୁଭୂତ..
Comments are closed.