www.samajalive.in
Friday, December 12, 2025
15.1 C
Bhubaneswar

ଜାତୀୟ ମୁଏଥାଇ ଚମ୍ପିଆନସିପରେ ଓଡ଼ିଶାରୁ ୪୮ ଖେଳାଳି

ଭୁବନେଶ୍ବର: ଅନ୍ତର୍ଜାତୀୟ ଅଲିମ୍ପିକ୍‌ସ କମିଟି ଦ୍ବାରା ସ୍ବୀକୃତି, ଅନ୍ତର୍ଜାତୀୟ ମୁଏଥାଇ ମହାସଂଘ ସହ ଅନୁବନ୍ଧିତ ୟୁନାଇଟେଡ୍‌ ମୁଏଥାଇ ଆସୋସିଏସନ ଅଫ ଇଣ୍ଡିଆ ପକ୍ଷରୁ ମଧ୍ୟପ୍ରଦେଶର ଦେବାସସ୍ଥିତ ଇଣ୍ଡୋର ଷ୍ଟାଡ଼ିୟମରେ ଚଳିତ ଜୁନ୍ ୧୬ରୁ ୨୨ ପର୍ଯ୍ୟନ୍ତ ଜାତୀୟ ମୁଏଥାଇ ଚମ୍ପିଆନସିପ୍‌ ଅନୁଷ୍ଠିତ ହେବ। ଓଡ଼ିଶା ଅଲିମ୍ପିକ୍‌ସ ସଂଘ ଦ୍ବାରା ସ୍ବୀକୃତିପ୍ରାପ୍ତ ଓଡ଼ିଶା ମୁଏଥାଇ ୟୁନିୟନ ପକ୍ଷରୁ ଏଥିରେ ୫୮ଜଣିଆ ଦଳ (୪୮)ଜଣ ଖେଳାଳି ଓ ୧୦ଜଣ ଅଫିସିଆଲ ଅଂଶଗ୍ରହଣ କରିବେ। ବରଗଡସ୍ଥ ଲେଙ୍ଗୁ ମିଶ୍ର ମିନି ଷ୍ଟାଡ଼ିୟମରେ ଆୟୋଜିତ ଓଡ଼ିଶା ରାଜ୍ୟ ମୁଏଥାଇ ପ୍ରତିଯୋଗିତାରୁ ଜାତୀୟ ପ୍ରତିଯୋଗିତା ଲାଗି ଓଡ଼ିଶା ଖେଳାଳି ମନୋନୟନ କରାଯାଇଛି।

ଓଡ଼ିଶା ଖେଳାଳିମାନେ ଜାତୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବେ ବୋଲି ଓଡ଼ିଶା ମୁଏଥାଇ ୟୁନିୟନର ରାଜ୍ୟ ଅଧ୍ୟକ୍ଷ ରବି ନାରାୟଣ ପଣ୍ଡା, ସାଧାରଣ ସମ୍ପାଦକ ଜ୍ଞାନରଞ୍ଜନ ମହାନ୍ତି, ଯୁଗ୍ମ ସମ୍ପାଦକ ଡା ଶୁଭ୍ରାଂଶୁ ଶେଖର ମହାପାତ୍ର, ଆୟୋଜକ କମିଟି ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଭୋଇ, ବୈଷୟିକ ସମ୍ପାଦକ ଚନ୍ଦ୍ର ଶେଖର ବହୁକ, ଦଳର ମ୍ୟାନେଜର ସଞ୍ଜୟ କୁମାର କିଶାନ, ପ୍ରଶିକ୍ଷକ ଦୁଷ୍ମନ୍ତ କୁମାର ନାଥ, ସୁରଜ ପୂଜାହାରୀ , ସୁଧୀର ବାରିକ, ରୁପେଶ ଅଧିକାରୀଙ୍କ ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛ‌ା ଜ୍ଞାପନ କରାଯାଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories