www.samajalive.in
Saturday, December 6, 2025
26.1 C
Bhubaneswar

ଅଚାନକ ମାଡ଼ି ଆସିଲା ବନ୍ୟାଜଳ; ୪୨ ମୃତ

ଇଣ୍ଡୋନେସିଆ: ଇଣ୍ଡୋନେସିଆର ପିଛା ଛାଡ଼ୁନି ପ୍ରାକୃତିକ ବିପତ୍ତି। ଦେଶକୁ ମାଡ଼ି ଆସୁଛି ଗୋଟିଏ ପରେ ଗୋଟିଏ ବିପଦ। ନିକଟରେ ଗତ ଜାନୁୟାରୀରେ ବନ୍ୟା ଯୋଗୁ ୭୦ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଶନିବାର ପୁଣି ଅଚାନକ ବନ୍ୟାଜଳ ମାଡ଼ି ଆସିବାରୁ ୪୨ ଜଣଙ୍କ ପ୍ରାଣହାନି ଘଟିଛି। ବନ୍ୟାଜଳରେ ଭାସିଯାଉଥିବା ୨୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି।

ସୂଚନା ଅନୁଯାୟୀ, ଇଣ୍ଡୋନେସିଆର ପ୍ରାନ୍ତୀୟ ରାଜଧାନୀ ଜୟାପୁର ନିକଟ ସେଣ୍ଟାଣିରେ ଶନିବାର ମୁଶଳଧାରାରେ ବର୍ଷା ହେବା ଫଳରେ ଅଚାନକ ବନ୍ୟାଜଳ ମାଡ଼ି ଆସିଥିଲା। ଏଥିରେ ବହୁ ସଂଖ୍ୟକ ଘର କ୍ଷତିଗ୍ରସ୍ତ ହେବା ସହ ୪୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତାହତଙ୍କ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ରହିଛି। ଉଦ୍ଧାରକାରୀ ଦଳ କ୍ଷତିଗ୍ରସ୍ତ ଅଞ୍ଚଳରେ ପହଞ୍ଚିବାକୁ ଉଦ୍ୟମ ଚଳାଇଛନ୍ତି। ରବିବାର ସୁଦ୍ଧା ବନ୍ୟାଜଳ ହ୍ରାସ ପାଇଥିଲେ ମଧ୍ୟରେ ଉଦ୍ଧାର କାର୍ଯ୍ୟ ସହଜ ହୋଇପାରି ନାହିଁ।

- Advertisement -

ଇଣ୍ଡୋନେସିଆରେ ବନ୍ୟା ଆସିବା କୌଣସି ନୂଆ କଥା ନୁହେଁ। ଏଠାରେ ଅକ୍ଟୋବରରୁ ଏପ୍ରିଲ ମଧ୍ୟରେ ବର୍ଷା ଲାଗିରହିଥାଏ ଏବଂ ବନ୍ୟା ସୃଷ୍ଟି ହୁଏ। ଗତ ଜାନୁୟାରୀରେ ସୁଲାୱେସୀ ଦ୍ବୀପରେ ବନ୍ୟା ଆସିବା ଫଳରେ ୭୦ ଜଣଙ୍କ ମୃତ୍ୟୁ ଘଟିଥିଲା। ମାସକ ତଳେ କାରାଙ୍ଗଟାଙ୍ଗରେ ଅଗ୍ନେୟ ଉଦଗୀରଣରେ ଲାଭା ବିସ୍ଫୋରଣ ଘଟିବା ପରେ ସିଆଉ ଦ୍ବୀପରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories