ଜାତୀୟ ସ୍ତରୀୟ ବରିଷ୍ଠ ତୀରନ୍ଦାଜ ପ୍ରତିଯୋଗିତା, ଅଂଶଗ୍ରହଣ କରିବେ କଳାହାଣ୍ଡି ଜିଲାର ଦୁଇ ଖେଳାଳୀ

ଲାଞ୍ଜିଗଡ: ୪୧ ତମ ଜାତୀୟ ବରିଷ୍ଠ ତୀରନ୍ଦାଜ ପ୍ରତିଯୋଗିତା ଜାମ୍ମୁକାଶ୍ମୀରର ଜାମ୍ମୁ ଠାରେ ମାର୍ଚ୍ଚ ୨୧ ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହାର ଇଣ୍ଡିଆନ, ରିକର୍ଭ ଓ କମ୍ପାଉଣ୍ଡ ବିଭାଗରେ ପ୍ରତିଯୋଗିତା ହେବ। ଏହି ୩ଟି ବିଭାଗ ମଧ୍ୟରୁ ଇଣ୍ଡିଆନ ରାଉଣ୍ଡ ପୁରୁଷ ବିଭାଗ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ କଳାହାଣ୍ଡି ଜିଲାର ଲାଞ୍ଜିଗଡ ବ୍ଳକ ଅଞ୍ଚଳର ଦୁଇ ପ୍ରତିଯୋଗୀ ସିମାଞ୍ଚଳ କାଟ୍ରାକା ଓ ରତ୍ନ ମାଝୀ ମନୋନୀତ ହୋଇଛନ୍ତି। ୪୧ ତମ ଜାତୀୟ ବରିଷ୍ଠ ତୀରନ୍ଦାଜ ପ୍ରତିଯୋଗିତାର ଇଣ୍ଡିଆନ ରାଉଣ୍ଡରେ ଅଂଶଗ୍ରହଣ ପାଇଁ ଆଜି ଏହି ଦୁଇ ଖେଳାଳୀ ଜାମ୍ମୁକାଶ୍ମୀର ଗସ୍ତ କରିଛନ୍ତି।
ଚଳିତ ମାସ ମାର୍ଚ୍ଚ ୬ ତାରିଖ ଦିନ କରାପୁଟ ଜିଲା ସୁନାବେଡା ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଥିବା ଓଡ଼ିଶା ରାଙ୍କିଙ୍ଗ ବରିଷ୍ଠ ତିରନ୍ଦାଜ ପ୍ରତିଯୋଗିତରେ ଭାଗ ନେଇ ଓଡ଼ିଶାର ଛଅ ଜଣ ପ୍ରତିଯୋଗୀ ଜାତୀୟସ୍ତରରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି। ପୁରୁଷ ବିଭାଗରେ ୪ ଜଣ ସିମାଞ୍ଚଳ କାଟ୍ରାକା, ରତ୍ନ ମାଝୀ, ସୂର୍ଯ୍ୟ ପଳେୟା, ତ୍ରିନାଥ ମୁଣ୍ଡା ମନୋନୀତ ହୋଇଛନ୍ତି। ସେହିପରି ମହିଳା ବିଭାଗରେ ଲଳିତା ଖଣ୍ଡପାତ୍ର ଓ ଜୟଲଷ୍ମୀ ମଲ୍ଲିକ ମଧ୍ୟ ମନୋନୀତ ହୋଇଛନ୍ତି। ସେଥି ମଧ୍ୟରୁ ସିମାଞ୍ଚଳ କାଟ୍ରାକା ପ୍ରଥମ ସ୍ଥାନ ଗ୍ରହଣ କରିଥିବା ବେଳେ ରତ୍ନ ମାଝୀ ଚତୁର୍ଥ ସ୍ଥାନ ଗ୍ରହଣ କରି ଜାତୀୟ ସ୍ତର ପାଇଁ ମନୋନୀତ ହୋଇଛନ୍ତି।

ଲାଞ୍ଜିଗଡ ଏସଏସଡି ସ୍କୁଲ ଓ ଡ଼ିଏଭି ବେଦାନ୍ତ ଇଣ୍ଟର୍‌ନ୍ୟାସନାଲ ସ୍କୁଲରେ ବେଦାନ୍ତ ଆଲୁମିନା ଦ୍ବାରା ପରିଚାଳିତ ତିରନ୍ଦାଜ ପ୍ରଶିକ୍ଷଣ ଶିବିରରେ ଶୀମାଞ୍ଚଳ ତାଲିମ ଦାତା ଭାବେ କାର୍ଯ୍ୟ କରୁଥିବା ବେଳେ ରତ୍ନ ମାଝୀ ତାଙ୍କ ଛାତ୍ର ଥିଲେ। ଆଜି ସେମାନେ ଜାତୀୟ ସ୍ତର ପାଇଁ ଗସ୍ତ କରିଥିବା ବେଳେ ଶୀମାଞ୍ଚଳ ଓ ରତ୍ନଙ୍କୁ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ଲାଞ୍ଜିଗଡ ବେଦାନ୍ତ ଆଲୁମିନା ଡେପୁଟି ସିଇଓ ଜି.ଜି ପାଲ, ସିଏସଆର ମୁଖ୍ୟ ବିଭେଦେନ୍ଦୁ ପଣ୍ଡା, ଜିଲା ଆଥଲେଟିକ୍ ଆସୋସିଏସନ୍ ସମ୍ପାଦକ ଜଗମୋହନ ପଟ୍ଟନାୟକ, ଜିଲା କ୍ରୀଡା ଅଧିକାରୀ ସୁବାଶିଷ ନାୟକ, ଲାଞ୍ଜିଗଡ ଏସଏସଡି ସ୍କୁଲ ଅଧ୍ୟକ୍ଷ ପାର୍ଥବ ତାଣ୍ଡି, ଲାଞ୍ଜିଗଡ ବେଦାନ୍ତ ଡିଏଭି ସ୍କୁଲ ଅଧ୍ୟକ୍ଷ ସଦାନନ୍ଦ ହୋତା, କରାଟେ କୋଚ କ୍ଷମାନିଧି ମହାଖୁଡ଼ ପ୍ରମୁଖ ଦୁଇ ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସେମାନଙ୍କ ସଫଳତା ପାଇଁ କାମନା କରିଛନ୍ତି।

Comments are closed.